ସୁକିନ୍ଦା ବିଧାୟକଙ୍କ ନେତୃତ୍ୱରେ ମ୍ୟାଲେରିଆ ପ୍ରଣବ ଅଞ୍ଚଳରେ ମଶାରି ବଣ୍ଟନ ।

0 548

ଯାଜପୁର,ତା-୨୧/୦୬(ପିପିଟି); ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ  ମ୍ୟାଲେରିଆ ପ୍ରବଣ ସେଥିଲାଗି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ସ୍ୱାସ୍ଥ୍ୟ ବିଭାଗ ଏ ବିଷୟରେ ଜଣାଇଥିଲେ । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାନଗଦି ବ୍ଳକ କିଆଁଝର ପଞ୍ଚାୟତରେ ଲୋକମାନଙ୍କୁ ମଶାରୀ ବଣ୍ଟନ ଆରମ୍ଭ ହୋଇଛି । ଏହି ବଣ୍ଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ୮ନମ୍ବର ଯୋନର ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ଯୋଗ ଦେଇ ଲୋକ ମାନଙ୍କୁ ମଶାରି  ବଣ୍ଟନ କରିଥିଲେ ଏହା ସହିତ ନିଜ ବକ୍ତବ୍ୟରେ କହିଥିଲେ ଯେ ଆମ ବିଧାୟକ କଥାରେ ନୁହେଁ କାମରେ ବିଶ୍ଵାସ କରନ୍ତି ଯାହା ସୁକିନ୍ଦା ବାସୀ ପ୍ରମାଣ ପାଇଁ ସାରିଛନ୍ତି। ବିଧାୟକ ସବୁ ବେଳେ ସବୁ ମୁହୂର୍ତ୍ତରେ ସୁକିନ୍ଦାବାସୀଙ୍କ ଚିନ୍ତା କରନ୍ତି ସେଥି ପାଇଁ ସୁକିନ୍ଦା ବାସୀଙ୍କ ସହିତ ଅଛନ୍ତି ।

Leave A Reply

Your email address will not be published.