ସିପିଆଇ(ଏମ)ର ୪ର୍ଥ ତମ ଉତର ରଣପୁର ଆଞ୍ଚଳିକ ସମ୍ମିଳନୀ ରାଜ ସୁନାଖଳା ଠାରେ ଅନୁଷ୍ଠିତ ।

0 271

ବୋଲଗଡ଼,୨୯/୦୯(ପିପିଟି):ସିପିଆଇ (ଏମ) ଉତର ରଣପୁର ୪ର୍ଥ ତମ ସମ୍ମିଳନୀ ଆଜି ରାଜସୁନାଖଳା ମୁଦୁଲି କମ୍ୟୁନିଟି ହଲ କମ୍ରେଡ଼ ଶତ୍ରୁଘନ ସାହୁଙ୍କ କକ୍ଷରେ ସାଥି ସୁରେଶ ସ୍ୱାଇଁ ଓ ଭିକାରୀ ଚରଣ ସାହୁଙ୍କ ସଭାପତି ମଣ୍ଡଳୀ ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଆଜିର ସମ୍ମିଳନୀ ପରିପ୍ରେକ୍ଷୀରେ ସକାଳ ୧୦ଟା ରେ ସାଥି ପ୍ରତିନିଧି ମାନଙ୍କ ଗହଣରେ ପାର୍ଟିର ବରିଷ୍ଠ ନେତା ଭିକାରୀ ଚରଣ ସାହୁ ଲାଲ ଝଣ୍ଡାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ। ଏହା ପରେ ସହୀଦ ବେଦୀରେ ପୁଷ୍ପାର୍ପଣ କରାଯାଇ ଥିଲା। ତାପରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ମିଳନୀରେ ଶୋକ ପ୍ରସ୍ତାବ ଗ୍ରହଣ କରାଯିବା ପରେ ସାଥି ହରିଚନ୍ଦ୍ର ମିଶ୍ର ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ସାଥୀ ସମ୍ପାଦକ ଧୁଶାସନ ଜେନା ସମ୍ମିଳନୀରେ ଉପସ୍ଥାନ କରିଥିବା ରିପୋର୍ଟ ଉପରେ ୧୦ ଜଣ ସାଥି ଆଲୋଚନା କରି ପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।ପରିଶେଷରେ ଏକ ୯ ଜଣିଆ ନୂତନ ଆଞ୍ଚଳିକ କମିଟି ର ସଭ୍ୟ ଭାବେ ଧୁଶାସନ ଜେନା,ସୁରେଶ ସ୍ବାଇଁ, ସବ୍ୟସାଚୀ ସେନାପତି,ପୂର୍ଣ୍ଣିମା ମହାପାତ୍ର,ଲଷ୍ମୀଧର ଲେଙ୍କା,ଅନାମ ଦାସ,ନୀଳାଦ୍ରି ସୁବୁଦ୍ଧି ଓ ଭିକାରୀ ଚରଣ ସାହୁ ପ୍ରମ୍ମୁଖ ନିର୍ବାଚିତ ହୋଇ ଥିଲା ବେଳେ ସାଥୀ ସୁରେଶ ସ୍ବାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଛନ୍ତି। ଜିଲ୍ଲା ସମ୍ପାଦକ ଶରତ ବେହେରା ,ବିଶ୍ଵନାଥ ମହାପାତ୍ର, ଓ ନିତ୍ୟାନନ୍ଦ ପରିଡା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରି ନୂତନ କମିଟିକୁ ସ୍ୱାଗତ କରିବା ସହ ପାର୍ଟିକୁ ଶକ୍ତି ଶାଳୀ କରିବାକୁ ଆହ୍ବାନ ଦେଇ ଥିଲେ।ସର୍ବ ଶେଷରେ ପ୍ରଶାନ୍ତ କୁମାର ସାମନ୍ତ ସିଂହାର ପ୍ରତିନିଧି ,ଅତିଥି ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.