ସାମ୍ବାଦିକଙ୍କ ପିତା ତଥା ସମାଜସେବୀ ଶରତ ଚନ୍ଦ୍ର ଦାଶଙ୍କ ଦେହାନ୍ତ ।

0 646

ଶେରଗଡ,୧୭/୦୭(ପିପିଟି); ଆଜି ଶେରଗଡ଼ ବ୍ଲକର ବିଶିଷ୍ଟ ସମାଜ ସେବୀ ଶରତ ଚନ୍ଦ୍ର ଦାଶଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଥିଲେ କୋପ୍ରେଟିଭ ବ୍ୟାଙ୍କର ଡିରେକ୍ଟର, ବାପୁଜି ସୋସାଇଟି ସଭାପତି, ଧବଳପୁର ଗ୍ରାମର ସଭାପତି ଓ ରାଜନେତା । ସେ ୧୯୯୫ ମସିହାର ତତ୍କାଳୀନ ମନ୍ତ୍ରୀ ହରିହର ସ୍ୱାଇଁଙ୍କ ପ୍ରତିନିଧି ଥିଲେ । ସେ ଜଣେ ପରୋପକାରୀ, ନିଷ୍ଟାବାନ, ମେଳାପୀ ତଥା ଧର୍ମ ପରାୟଣ ବ୍ଯକ୍ତି ଥିଲେ ତାଙ୍କ ଅକାଳ ବିୟୋଗରେ ଶେରଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପାଇ ଘନିଷ୍ଟ ବନ୍ଧୁ ମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ପୁତ୍ର ବରିଷ୍ଠ ସାମ୍ବାଦିକ ଦେବୀ ପ୍ରସାଦ ଦାଶ, ବିଭୂ ପ୍ରସାଦ ଦାଶ ଏବଂ ବଳଭଦ୍ର ଦାସ ସମ୍ପୁର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି । ଶେରଗଡ ପ୍ରେସ୍ କ୍ଲବ, ହିଞ୍ଜିଳିକାଟୁ ସାମ୍ବାଦିକ ଅଜିତ୍ କୁମାର ପଟ୍ଟନାୟକ,ସାନଖେମୁଣ୍ଡିର ସାମ୍ବାଦିକ ଆରତ କୁମାର ହୋତା, କବିସୂର୍ଯ୍ଯ ନଗର ପ୍ରେସ୍ କ୍ଲବ ପକ୍ଷରୁ ସଭାପତି ସମରଜିତ୍ ମହାନ୍ତି ଓ ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ପ୍ରମୁଖ ଶରତ ଚନ୍ଦ୍ର ଦାଶଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.