ସାମାନ୍ୟ ବଚସାରୁ ଆକ୍ରମଣ ୩ ଆହତ , ୨ଟି ମାମଲା ରୁଜୁ ,୪ ଅଟକ ।

0 184

ବେଲ୍ଲଗୁଣ୍ଠା,(ପିପିଟି)୧୩/୦୬,ପୋଖରୀରୁ ମାଛ କିଣିବାକୁ ଜାଇ ବିଳମ୍ବ ହେବାରୁ ଫେରି ଆସି ଓ ପରବର୍ତ୍ତୀ ସମୟରେ ଏହି ଛୋଟିଆ କଥାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ଆକ୍ରମଣରେ ଉଭୟ ପଟୁ ତିନି ଜଣ ଆହତ ହୋଇ ଚିକିତ୍ସା ହେଉଥିବା ବେଳେ ଉଭୟଙ୍କ ଏତଲା କ୍ରମେ ବେଲଗୁଣ୍ଠା ପୋଲିସ ଦୁଇଟି ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଲ୍ଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ବେଲ୍ଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବୀରୀ ବ୍ରହ୍ମପୁର ଗାଁ ରେ ବୁଧବାର ଏକ ପୋଖରୀରେ ମାଛ ଧରା ହେଉଥିବା ବେଳେ ସେହି ଗ୍ରାମର ଗନ୍ଧର୍ବ ନାଇଁକ ମାଛ କିଣିବାକୁ ଜାଇଥିବା ବେଳେ ବିଳମ୍ବ ହେବାରୁ ଖାଲି ହାତରେ ଫେରିଆସିଥିଲେ । ଆଜି ସକାଳେ ଗନ୍ଧର୍ବ କୁ ଦେଖି ସେହି ଗ୍ରାମର ହରିଆ ସ୍ବାଇଁ ମାଛ କାହିଁକି ଆଣିଲୁନି ବୋଲି ପଚାରିବାରୁ ଗନ୍ଧର୍ବ ହରିଆକୁ ଗାଳି କରିଥିଲା । ପରେ ଏହା ଉଗ୍ରରୂପ ନେବା ସହ ଉଭୟ ପରିବାରର ସମସ୍ତେ ସାମିଲ ହୋଇ ଉଭୟଙ୍କୁ ଠେଙ୍ଗା ଓ ବାଉଁଶ ବାଡ଼ିରେ ଆକ୍ରମଣ କରିଥିଲେ । ଏଥିରେ ଗାନ୍ଧୀଆ ଓ ତା ସ୍ତ୍ରୀ ସଞ୍ଜୁ ନାଇକ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ତାନନ୍ତରିତ କରାଯାଇଛି । ଗନ୍ଧର୍ବର ହାତ ପିଠିରେ ଆଘାତ ଲାଗିଥିବା ବେଳେ ସ୍ତ୍ରୀ ସଞ୍ଜୁର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏ ନେଇ ଗନ୍ଧିଆ ବେଲଗୁଣ୍ଠା ଫାଣ୍ଡିରେ ଦେଇଥିବା ଏତଲା ପ୍ରକାରେ ଭାସିଆ ନାଇକ, ହରିଆ ସ୍ବାଇଁ ଓ ହରିଆର ଦୁଇ ପୁଅ  ନା ରେ ଅଭିଯୋଗ କରିଛି । ସେହିପରି ହରିଆ ମଧ୍ୟ ଆଉ ଏକ ଏତଲା ବେଲ୍ଲଗୁଣ୍ଠା ଫାଣ୍ଡିରେ ଦେଇଛି ।  ଏତଲାରେ ଗନ୍ଧିଆ ସ୍ତ୍ରୀ ସଞ୍ଜୁ ଓ ଆଉ ଦୁଇ ଜଣଙ୍କ ନାରେ ଏତଲା ଦେଇଛି । ପୋଲିସ ଦୁଇଟି ଜାକ ଏତଲା ଗ୍ରହଣ କରି ଉଭୟ ପକ୍ଷର ୪ ଜଣଙ୍କୁ ଫାଣ୍ଡିରେ ଅଟକ ରଖି ଘଟଣାର ତଦନ୍ତ କରୁଛି ଏଥିରେ ହରି ସ୍ବାଇଁର ପୁଅ ଟୁକୁନା ସ୍ବାଇଁ ମଧ୍ୟ ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ହେଉଛି । 
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.