ସର୍ଗିବାହାଲ ଠାରେ ଗ୍ରାମବାସୀଙ୍କୁ ମାସ୍କ ପ୍ରଦାନ ।

0 114

ପଦ୍ମପୁର,(ପିପିଟି ନ୍ଯୁଜ୍)୧୩/୦୪-ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଲେ ରାଜ୍ୟ ସରକାର ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ତଥା ଅତି ଯରୁରୀ ହେଲେ ଘରୁ ବାହାରିଲେ ମଧ୍ୟ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ କହିଛନ୍ତି ହେଲେ ଗାଁ ମାନଙ୍କରେ ଲୋକେ ମାସ୍କ ପାଇ ପାରୁନାହାନ୍ତି । ଏହି ଅସୁବିଧାକୁ ହୃଦୟଙ୍ଗମ କରି ସର୍ଗିବାହାଲ ର ଗୋନ୍ତିଆ ତଥା ଜନପ୍ରତିନିଧି ବିଚାର ବିମର୍ଷ କରି ଗ୍ରାମ ପାଣ୍ଠିରୁ ଗାଁ ର ସମସ୍ତଙ୍କ ପାଇଁ ମାସ୍କ କିଣି ସମସ୍ତଙ୍କୁ ଦିଆଯିବ ବୋଲି ସ୍ଥିର କରାଯାଇଥିଲା । ସେହି କ୍ରମରେ ଆଜି ସର୍ଗିବାହାଲ ଗ୍ରାମର ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଛି ଓ ଘରୁ ବାହାରିଲେ ସମସ୍ତେ ମାସ୍କ ପିନ୍ଧି ବାହାରିବା ପାଇଁ କୁହାଯାଇଛି । ଆଜି ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ସର୍ଗିବାହାଲ ସମିତିସଭ୍ୟ ଚିତ୍ରସେନ ବେହେରା, ମନୋଜ ମେହେର, ରାଜୀବ ମେହେର, ଗୋବର୍ଦ୍ଧନ ବରିହା, ଛାୟାକାନ୍ତ ମେହେର, ରୂପକ ବରିହା, ଉମେଶ ଅଗ୍ରୱାଲ, ରିଙ୍କୁ ବରିହା ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.