ସରେଇକେଲା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ ।

0 398

ପଦ୍ମପୁର,୧୮/୦୭(ପିପିଟି) ;ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ଗ୍ରାମରୁ ଜଣେ କୋରୋନା ସଂକ୍ରମିତ ଠାବ ହେବାପରେ ଜିଲ୍ଲାପାଳ ବରଗଡ଼ ଜ୍ୟୋତି ରଞ୍ଜନ ପ୍ରଧାନଙ୍କର ନିର୍ଦ୍ଦେଶ କ୍ରମେ ସରେଇକେଲା ଗ୍ରାମକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନଙ୍କ  ତତ୍ୱବାଧାନରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ସରେଇକେଲା ଗ୍ରାମକୁ ଯାଇ ଗ୍ରାମରୁ ବାହାରୁଥିବା  ସମସ୍ତ ରାସ୍ତା ଗୁଡିକୁ ବାଉଁଶ ଲଗାଇ ବନ୍ଦ କରିଦେଇଥିଲେ । ଏହି ଅବସରରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର କୁମାର ମେହେର , ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ପଟେଲ, ଭଗବତୀ ବରିହା,ଲୋଚନା ପଟେଲ ଓ  ଗ୍ରାମରେ ନିୟୋଜିତ ଆଶାକର୍ମୀ ରାଜକୁମାରୀ ବରିହା,ଡାକ୍ତର ସୁଦିପ୍ତ କୁମାର ସାହୁ,ଫାର୍ମାସିଷ୍ଟ ଚିତ୍ତରଂଜନ ଡନସନା, ସରାଇକେଲା ଗ୍ରାମପଂଚାୟତ ସରପଂଚ ନଳିନୀ ଗଡତିଆ ମ୍ୟାଡମ  ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସରେଇକେଲାର ସଂକ୍ରମିତ ଜଣକ ପ୍ରଶାସନିକ ଅଧିକାରୀ ମାନଙ୍କର ଚିନ୍ତା ବଢାଇଦେଇଛି । ସରେଇକେଲା ଅଞ୍ଚଳରୁ ଜଣେ ସଂକ୍ରମିତ ଠାବ ହେବା ପରେ ଆଜି ଉପଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ଉପଖଣ୍ଡର  ପାଇକମାଲ , ଝାରବନ୍ଧ , ଗାଇସିଲେଟ ବ୍ଲକ ଗୁଡିକୁ ଚଳିତ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ ପ୍ରକ୍ରିୟା ଆଜି ଠାରୁ ଲାଗୁ ହୋଇଛି ବୋଲି ଉପଜିଲ୍ଲାପାଳ ଜଣାଇଛନ୍ତି । ଯଦି କୋଣସି ଅତି ଜରୁରୀ କାମ ନଥାଏ ତେବେ କେହି ଘରୁ ପଦାକୁ  ବାହାରନ୍ତୁ ନାହିଁ ବୋଲି  ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.