ସରକାରଙ୍କ ରିଲିଫ୍ ବଣ୍ଟନରେ ଅବ୍ଯବସ୍ଥା । ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ।

0 225

ଜଗତସିଂହପୁର(ପିପିଟି ନ୍ଯୁଜ୍ ) ତା୧୬/୦୫/୨୦୨୦- ସରକାରଙ୍କ ଦ୍ୱାରା ରିଲିଫ ଭାବେ ଦିଆ ଯାଉଥିବା ଡାଲିକୁ ହାତେଇବାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଭୁମିକାକୁ ଅଣଦେଖା କରୁଛନ୍ତି ଜିଲ୍ଲାପାଳ କ୍ଷମତାରେ ଥିବା ସରପଞ୍ଚ ।  ତିର୍ତୋଲ ବ୍ଲକ ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତ ରେ ରାସନ କାର୍ଡ଼ ହିତାଧିକାରୀଙ୍କୁ  ତିନି ମାସର ସାମଗ୍ରୀ  କାର୍ଡ ପିଛା ମାସକୁ ୧ କିଲୋଗ୍ରାମ  ଡାଲି ବଦଳରେ ୯୦୦ ଗ୍ରାମ ଡାଲି ଦିଆଯାଇଛି ଓ କାର୍ଡ଼ ରେ ୧  କିଲୋଗ୍ରାମ ଜୋର ଜବରଦସ୍ତ କରି ଲେଖାଯାଇଛି । ଉକ୍ତ ପଞ୍ଚାୟତର ଜଣେ ହିତାଧିକାରୀ ଅରୁଣ ଆଚାର୍ଯ୍ୟ ( ବାଁବରଡା ) ଅଭିଯୋଗ କରି କହିଛନ୍ତି , ସେ ଏହାକୁ ବିରୋଧ କରି କହିଥିଲେ ଯେ ଯେତିକି ପରିମାଣର ସାମଗ୍ରୀ ଦେଉଛ ସେତିକି କାର୍ଡରେ ଲେଖ । ସେଥିପାଇଁ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଥିବା ଲୋକେ ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟକଳାପକୁ ବିଡ଼ିଓ , ଜିଲ୍ଲାପାଳ ଓ ସରକାରଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ପିପିଟି ନ୍ୟୁଜ୍ କୁ ସେ ଅନୁରୋଧ କରିଛନ୍ତି । 
ରିପୋର୍ଟ : ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.