ସମାଜ ମଙ୍ଗଳ ଅଧିକାରୀଣୀଙ୍କ ଅନୈତିକ କାର୍ଯ୍ୟକୁ ଅଙ୍ଗନୱାଡି କର୍ମୀ ସଙ୍ଘର ବିରୋଧ ।

0 1,097

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧୪/୦୫,ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବୈଠକ ସଭାପତି ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କର୍ମୀ ଓ ସହାୟିକାଙ୍କ ସମସ୍ୟା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।ସଂପ୍ରତି ମହାମାରୀ କରୋନା ରେ ଅଙ୍ଗନୱାଡି କର୍ମୀଙ୍କୁ ସମ୍ମୁଖ ଯୋଦ୍ଧା ଆଖ୍ଯା ଦିଆଯାଇଥିବା ବେଳେ,ସରକାରଙ୍କ ସବୁ ନିଷ୍ପତ୍ତିକୁ ସମ୍ମାନ ଦେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା କାର୍ଯ୍ଯକରୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ତାହାର ବ୍ଯତିକ୍ରମ ଦେଖାଦେଇଛି ।ସାରା ଓଡିଶା ବର୍ତ୍ତମାନ କରୋନା ସହ ଲଢୁଥିବା ବେଳେ,ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ମନୋରମା ରେଡ୍ଡୀ ନିଜର ଅବସର ସମୟରେ ଅନୈତିକ ଭାବେ କିଛି ରୋଜଗାର କରିବା ଲକ୍ଷ୍ୟନେଇ ଅଙ୍ଗନୱାଡି କର୍ମୀ ମାନେ ବଜାରରୁ କିଣି ବାଣ୍ଟୁଥିବା ଅଣ୍ଡାକୁ ଏସଏଚଜି ଅଣ୍ଡା କିଣି ବାଣ୍ଟିବାକୁ ନିର୍ଦ୍ଦେଶ ଦେଲେ । ବିନା ଟେଣ୍ଡରରେ ଏସଏଚଜି ମାନଙ୍କ ବୈଧତା ଯାଞ୍ଚ ନକରି ନିଜର ସଂକୀର୍ଣ୍ଣ ସ୍ବାର୍ଥ ସାଧନ କରିବା ସକାଶେ ସେ ଅହରହ ଉଦ୍ୟମ ଜାରି ରଖିଛନ୍ତି ।ଦୁଇ ବର୍ଷ ହେବ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ଦିଆ ଯାଇଥିବା ଡ୍ରେସ୍ ସେ ନିଜେ ଦେବାକୁ କହି ଆଜି ପର୍ଯନ୍ତ ଦେଉ ନାହାଁନ୍ତି ।ଯେଉଁ ଗୋଟିଏ କି ଦୁଇଟି ସ୍ଥାନରେ ଦେଇଛନ୍ତି ତାହା ଅତ୍ୟନ୍ତ ନିମ୍ନମାନର ଓ ପିନ୍ଧିବା ଯୋଗ୍ଯ ନୁହେଁ ।ଯେଉଁ ଗୋଟିଏ କି ଦୁଇଟି ସ୍ଥାନରେ ଦିଆଯାଇଛି ତାହା ପିଲା ମାନେ ସିଡିପିଓଙ୍କୁ ଫେରସ୍ତ କରି ସାରିଲେଣି ।ଏସଏଚଜି ମାନଙ୍କ ପ୍ରଦତ୍ତ ଅଣ୍ଡା କର୍ମୀ ମାନେ ନରଖିବା ଫଳରେ ସମାଜ ମଙ୍ଗଳ ଅଧିକାରୀଣୀ ଅଣ୍ଡା ବିଲ୍ ନକରିବା ସକାଶେ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଶୁଣିବାକୁ ମିଳୁଛି ।ଏ ସବୁ ବିଷୟକୁ ଅନୁଧ୍ୟାନ କଲେ ନିଜର ଅବସର ସମୟରେ ଅନୈତିକ ଉପାୟରେ କିଛି ଅର୍ଥ ଆଦାୟ କରିବା ଲକ୍ଷ୍ୟନେଇ ସେ ଏପରି କରୁଥିବା ବୈଠକରେ ଆଲୋଚନା କରାଯାଇଥିଲା ।ଏ ଦିଗରେ ଗଞ୍ଜାମ ଜିଲ୍ଲାପାଳ ହସ୍ତକ୍ଷେପ କରି ଅଣ୍ଡା ବଣ୍ଟନ ସକାଶେ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ଯାହାର କରିବାକୁ ଅନୁରୋଧ କରାଯାଇଥିଲା ।ଜିଲ୍ଲା ସାଧାରଣ ସମ୍ପାଦକ ନର୍ମଦା କୁମାରୀ ନାହାକ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.