ସଡକ ଦୁଘର୍ଟଣାରେ ବୋଲେରୋ ଡ୍ରାଇଭର୍ ଗୁରୁତର ।

0 153

କଳାହାଣ୍ଡି,(ପିପିଟି ନ୍ଯୁଜ୍)୩୧/୦୫,  କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକ୍ ଅଇଁଲାପାଲି ଗାଆଁରେ ଏକ ସଡକ ଦୁଘର୍ଟଣା । ବର୍ତ୍ତମାନ ଏମ୍ ରାମପୁରରୁ କେସିଙ୍ଗାକୁ ସଂଯୋଗ କରୁଥିବା ୫୯ନମ୍ବର ଜାତୀୟ ରାଜ ପଥରେ ଏକ ସଡକ ଦୁଘର୍ଟଣା ହୋଇଯାଇଛି  । ଘଟଣା ସ୍ଥଳରେ  ଜଣାପଡିଛି ଯେ ଡ୍ରାଇଭର୍ ଜଣକ ମଦ୍ୟପାନ କରି ଗାଡିଚଳାଇବା ବେଳେ ଭାରସାମ୍ୟ ହରାଇ ଏକ ପୋଲରେ ଧକ୍କା ଦେଇ ଥିଲେ ମଧ୍ୟ  କାହାର କ୍ଷୟ କ୍ଷତି ହୋଇନାହିଁ ବୋଲି ଅନୁମାନ କରାଯାଇଛି ଓ ଗାଡିର  ମାଲିକଙ୍କ ନାମ ହେଉଛି ଗୋବର୍ଦ୍ଧନ ବେହେରା, ବଲାଙ୍ଗୀର ବୋଲି ଏମ ପରିବହନରୁ ଜଣାପଡିଛି । ବୋଲେରୋ ଗାଡିର ସମ୍ପୂର୍ଣ୍ଣ ଭାବରେ କ୍ଷତି ହୋଇଥିବାର ଦେଖିବାକୁ ମିଳିଛି। 

ରିପୋର୍ଟ –  ଭିଷ୍ମ ସାହୁ ।

Leave A Reply

Your email address will not be published.