ସଙ୍କଟ ପରିସ୍ଥିତିରେ ଚାଷୀ !

0 488

ପଦ୍ମପୁର,୦୩/୦୭(ପିପିଟି); ଏଇ କିଛିଦିନ ହେଲା ବରଗଡ ଜିଲ୍ଲା ପାଇକମାଲ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ସ୍ଥିତ କାର୍ଯ୍ୟାଳୟ ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସତ ରେ ମଦଭାଟି ରେ ମଦ୍ୟପ ମାନେ ଯେମିତି ଭିଡ ଜମାନ୍ତି ଠିକ୍ ସେମିତି । ହେଲେ ଆମ ପ୍ରତିନିଧି ଭିଡ ପାଖକୁ ଗଲାବେଳେ ଜଣାଗଲା ଏଇଠି ନିରୀହ ଚାଷୀ ମାନେ ଭିଡ ଜମାଇଛନ୍ତି କାଁ ଭାଁ କେତେକ ଚାଷୀଙ୍କୁ ଛାଡିଦେଲେ ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତାକୁ ମଧ୍ୟ ଏଠି ଠିକ ଭାବେ କାର୍ଯ୍ୟକାରୀ କରାଯାଉନି । କଥା କଣ ଭିଡ କାହିଁ କି ପ୍ରଶ୍ନ ଉଙ୍କି ମାରିଲା । ଜଣେ ଚାଷୀଙ୍କୁ ପଚାରିବାରୁ ସେ ତାଙ୍କ ଦୁର୍ଦ୍ଦଶା ସମ୍ପର୍କ ରେ ବଖାଣି ବସିଲେ । ଗରିବ ଚାଷୀକୂଳ ଏଇଠି କି ଏକାଉଣ୍ଟ ଖୋଲି ବାକୁ ଆସି ଦୀର୍ଘ ୨ ମାସ ହେଲା ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଷ୍ଟାପ୍ ନାହାନ୍ତି,ଷ୍ଟାପ୍ ଆସିଲେ ଏକାଉଣ୍ଟ ଖୋଲାଯିବ ବୋଲି କହି ଲୋକଙ୍କୁ ବାରମ୍ବାର ହଇରାଣ କରିବା କଣ ଠିକ କି ? ଷ୍ଟାପ ମାନେ ଗଲେ କୁଆଡେ ?ଷ୍ଟାପଙ୍କୁ ଛୁଟି ଦିଆଯାଇଛି କି ?ଛୁଟି ଏଇ ଚାଷ ସମୟ ରେ, ଛୁଟି ଦେଲା କିଏ ? ଏପରି ଗୁଡାଏ ପ୍ରଶ୍ନରେ ଛନ୍ଦି ହୋଇ ଚାଷୀ କୂଳ ଆଜି ହତାସ । ପ୍ରଶ୍ନ ଏଇକି,ଏଥିପାଇଁ ଦାୟୀ କିଏ ? ଏଣୁ ଦୟାକରି  ମାନବ ସମାଜକୁ ଅନ୍ନ ଯୋଗାଇ ଆସୁଥିବା ଅନ୍ନଦାତା ମାନଙ୍କୁ ହଇରାଣ ନକରି ଉପଯୁକ୍ତ ସମ୍ମାନ ଦେଇ ସୁରୁଖୁରୁ ରେ ସମାଧାନ କରିବାକୁ ଦାବି ହୁଏ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.