ଶେରଗଡ ବ୍ଲକ ରାମଚନ୍ଦ୍ରପୁର ଗାଁରେ କରୋନା ସମ୍ପର୍କରେ ସଚେତନ କରାଇଲେ ଜିଲ୍ଲାପାଳ ।

0 625

ଶେରଗଡ,ତା- ୧୯/୦୬(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢିବା ରେ ଲାଗିଛି ଏହି ପରିପେକ୍ଷ ରେ  ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ରାମଚନ୍ଦ୍ରପୁର ରେ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ ଉପସ୍ଥିତ ରହି କରୋନାରୁ ଜନସାଧାରଣ କିପରି ସଚେତନ ରହିବେ ତାହା ଉପରେ ଆଲୋଚନା କରିଥିଲେ । କରୋନା ଭଳି ଏକ ମହାମାରିରୁ କିପରି ନିଜକୁ ରକ୍ଷା କରିହେବ ସେ ଉପରେ ଅଲୋଚନା କରିଥିଲେ । ପରିବେଶ ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।କରୋନା ଦାଉରୁ ନିଜ କୁ ବଞ୍ଚାଇବାକୁ ହେଲେ ହାତକୁ ବାରମ୍ବାର ସବୁନୁ ରେ ଧୋଇବା,ବାହାରକୁ ଗଲା ବେଳେ ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ବଜାୟ ରଖିବା,ଥଣ୍ଡା,ଜ୍ବର ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା, ଦରକାର ନଥିଲେ ବାହାରକୁ ବାହାରିବାନି ଏଭଳି ପରାମର୍ଶ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମୃତ କୁଲାଙ୍ଗେ । ନିଜେ ସଚେତନ ରହିବାକୁ କହିଲେ । ସଚେତନ କାର୍ଯ୍ୟକ୍ରମ ରେ ,ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ା, ସମାଜସେବୀ ତଥା ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇ, ଆଶା କର୍ମୀ , ଏଏନଏମ କର୍ମୀମାନେ ମାନେ ଘର କୁ ଘର ବୁଲି ଲୋକଙ୍କୁ ସଚେତନତା କରାଇ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.