ଶେରଗଡ଼ ବ୍ଲକର ସମସ୍ତ ପଞ୍ଚାୟତରେ ଖୋଲିଲା କୋଭିଡ କେୟାର ହୋମ ,୧୦ଟି କରୋନା ରୋଗୀଙ୍କ ପାଇଁ ଵ୍ୟଵସ୍ଥା ।

0 773

ଶେରଗଡ଼,ତା-୨୭/୦୬(ପିପିଟି);ଶେରଗଡ ବ୍ଲକ୍ ୨୨ଟି ପଞ୍ଚାୟତକୁ ନେଇ ଗଠିତ। କରନା ମୁକିବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିଛି।ତାକୁ ଶେରଗଡ଼ ବ୍ଲକ ପ୍ରଥମେ ଆରମ୍ଭ କରିଛି।ଏହି ପରିପ୍ରେକ୍ଷୀରେ ଶନିବାର ଦିନ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ  ଏହା ଆରମ୍ଭ କରାଯାଇଛି।ପ୍ରତି ପଞ୍ଚାୟତରେ  ୧୦ଜଣ ଲୋକଙ୍କ ପାଇଁ ଏହି ଵ୍ୟଵସ୍ଥା କରାଯାଇଛି। ମହୁପଦର ଓ ଶେରଗଡ଼ ପଞ୍ଚାୟତର ଆମ୍ବୁଆବାଡି ଗ୍ରାମ ଛକରେ ଥିବା ଏକ ସରକାରୀ କୋଠ ରେ ଆରମ୍ଭ ହୋଇଥିବା ବେଳେ ବଳକା ୨୦ଟି ପଞ୍ଚାୟତରେ ରାଜୀବସେବା କେନ୍ଦ୍ର ମାନଙ୍କରେ କେୟାର ହୋମ ବ୍ୟବସ୍ଥା କରାଯାଇଛି। ପ୍ରତି କେନ୍ଦ୍ର ମାନଙ୍କରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଜଣେ ଏ.ଏନ.ଏମ,ଜଣେ ଶିକ୍ଷକ, ଜଣେ ଅଙ୍ଗନୱାଡି କର୍ମୀ ସହ ,ଜଣେ ଫାର୍ମସିଷ୍ଟ ରହି ତଦାରଖ କରିବେ।ଏହା ସମ୍ପୃକ୍ତ ପଞ୍ଚାୟତର  ଗ୍ରାମ ସେବକ ବା ନୋଡ଼ାଲ ଅଧିକାରୀ ଙ୍କ ତତ୍ୱାବଧାନରେ  ପରିଚାଳନା ହେବ।ପଞ୍ଚାୟତ ପାଣ୍ଠି ବା ସରକାରଙ୍କ ଦ୍ବାରା ଦିଆଯାଇଥିବା ୧୦ହଜାରରୁ ଏହି ଖର୍ଚ୍ଚ ଭରଣା କରାଯିବ।ପ୍ରତି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ନିଜ ପଞ୍ଚାୟତକୁ ଫେରୁଥିବା ପ୍ରବାସୀ ମାନଙ୍କୁ ଉପଯୁକ୍ତ ଯାଞ୍ଚ  ପରେ କରୋନା ରୋଗୀଙ୍କୁ ଉକ୍ତ ପଂଚାୟତ କୋଭିଡ କେୟାର ହୋମରେ ରଖିବେ। ଏହାକୁ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଶନିବାର ଦିନ ପରିଦର୍ଶନ କରିବା ସହ ପଞ୍ଚାୟତର ସରପଞ୍ଚ ଓ ଗ୍ରାମ ସେବକ ମାନଙ୍କ ସହ କଥାବାର୍ତ୍ତା ହୋଇ ଆସିଛନ୍ତି।ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ  ପହଁଚି କୋଭିଡ କେୟର ହୋମ ଗୁଡିକର ସମୀକ୍ଷା କରିବା ସହ ପରେ ମହୁପଦର ପଞ୍ଚାୟତର କୋଭିଡ କେୟାର ହୋମ ପରିଦର୍ଶନ କରିଥିଲେ। ଉକ୍ତ ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ,ତହସିଲଦାର ଡ଼. ଦୟା ସିନ୍ଧୁ ପରିଡା,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ,ଅତିରକ୍ତ ତହସିଲ ଦାର ଅକ୍ଷୟ କୁମାର ମଲ୍ଲିକ, ସମିତିସଭ୍ୟ କାଳୁ ଗୋୖଡ,ଗ୍ରାମ ସେବକ ରବି କୁମାର ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.