ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ।

0 720

ପଦ୍ମପୁର,୧୦/୦୭(ପିପିଟି); ମହାମାରୀ କରୋନା ପାଇଁ ଘରୁ ପଦାକୁ ନବାହାରି ବହୁ ଦୁଃଖ ଓ ଭୋକିଲା ପେଟ ରେ ଓଦାକନା ଦେଇ ଦିନ ବିତାଉଥିବା କେତେକ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଝାରବନ୍ଧ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିଥିବା ଶୁଖିଲା ଖାଦ୍ୟ କନ୍ଦାଡଙ୍ଗର ପଞ୍ଚାୟ  ଅନ୍ତର୍ଗତ ସରଗୁଲ ଗ୍ରାମର ୫୦ ଜଣ ଅସହାୟ  ପୁରୁଷ ଓ ମହିଳା ବୃଦ୍ଧାଙ୍କୁ  ସୁ-ଚାରୁ ରୂପେ ବଣ୍ଟନ କରାଯାଇଛି । ଇତ୍ୟବସରରେ ବରଗଡ ଜିଲ୍ଲାପରିଷଦ ସଭ୍ୟା କୁମୁଦିନୀ ସାହୁଙ୍କୁ ଆମ ପ୍ରତିନିଧି ଭେଟିଲା ବେଳେ ସେ କହନ୍ତି ବିପଦ ସମୟରେ ସାହା ହୋଇ ଅସହାୟ ମାନଙ୍କ ପାଖକୁ ପହଞ୍ଚି ତାଙ୍କ ଭଲମନ୍ଦ ବୁଝିବା ସହ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ମଣିଷର ଧର୍ମ  ବୋଲି ସଂକ୍ଷିପ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ଶୁଖିଲା ଖାଦ୍ୟ ବଣ୍ଟନ ସମୟରେ ଝାରବନ୍ଧ ଅଞ୍ଚଳର   ଜଣାଶୁଣା ସମାଜ ସେବୀ ତଥା ବ୍ୟବସାୟୀ ସଂଘର ସଭାପତି ଜୟ ନିଗମ ପ୍ରାରମ୍ଭେ ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କରିଥିଲୋଏହି କାର୍ଯ୍ୟକ୍ରମକୁ ଝାରବନ୍ଧ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ରମ୍ଭା ପଟେଲ,ଭୂବନେଶ୍ୱର ପାଣ୍ଡେ,ଧୃବ ଚରଣ ହାତୀ,ଲକ୍ଷ୍ମୀଧର ବାଗ,ସୁରେଶ ଲୁହାର ଓ ଝାରବନ୍ଧ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ସଭାପତି ସତ୍ୟମ ପ୍ରଧାନ ପ୍ରମୁଖ ଆଗେଇ ନେବାରେ ନିସ୍ୱାର୍ଥ ପର ଭାବେ ବଣ୍ଟନ କରିବାରେ ସାହାର୍ଯ୍ୟପ୍ରଦାନ କରିଥିଲେ । ଏଭଳି ସମୟ ରେ ଭାରତୀୟ ଜନତା ପାର୍ଟି ଆଗେଇ ଆସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ପ୍ରଦାନ କରୁଥିବା ହେତୁ ଅଞ୍ଚଳର  ବୁଦ୍ଧିଜିବୀଙ୍କ ମହଲରେ ବେଶ୍ ପ୍ରଶଂସା ହେଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.