ପଦ୍ମପୁର,(ପିପିଟି ନ୍ଯୁଜ୍)୦୨/୦୪-ପଦ୍ମପୁର ଉପଖଣ୍ଡ ୱାର୍ଡ ନଂ.୦୨ ରେ ଥିବା ଶାନ୍ତି ନଗର ର ବାସିନ୍ଦା ମାନେ ଆଜି ପଦ୍ମପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ବରଗଡ଼ ଅବକାରୀ ଆଧିକ୍ଷକ ଙ୍କ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ର ରେ ଲିଖିତ ଅନୁଯାୟୀ ବର୍ତ୍ତମାନ ପଦ୍ମପୁର ରେ ଦିନକୁ ଦିନ ନିଶା ଦ୍ରବ୍ୟ ର ଚାହିଦା ବଢୁଥିବା ବେଳେ ସରକାର ଙ୍କ ନିୟମ ଅନୁଯାୟୀ ଜନ ବସତି ବିଦ୍ୟାଳୟ ଏବଂ ଧାର୍ମିକ ସ୍ଥଳ ନିକଟ ରେ ମାଡ଼ ଦୋକାନ ରହିବା କଥା ନୁହଁ କିନ୍ତୁ ପଦ୍ମପୁର ର ଶାନ୍ତିନଗର ରେ ସହର ର ମଧ୍ୟ ଭାଗ ରେ ଖୋଲା ଯାଇଥିବା ଠିପି ଖୋଲା ବିଦେଶୀ ମଦ ଦୋକାନ ଏବଂ ଠିପି ଖୋଲା ବୀୟର ଦୋକାନ ଯୋଗୁ ନୀତି ବହୁ ଯୁବକ ତଥା ବ୍ୟକ୍ତି ପଥ ଭ୍ରଷ୍ଟ ହେଉଛନ୍ତି। ଏହା ସହ ଏହି ରାସ୍ତା ଦେଇ ନୀତି ଦିନ ବହୁ ଛାତ୍ର ଛାତ୍ରୀ ସ୍କୁଲ ତଥା କଲେଜ କୁ ଯାଉଛନ୍ତି ଏବଂ ଏହି ମଦ ଦୋକାନ ଯୋଗୁ ତାଙ୍କ ଉପରେ କୁପ୍ରଭାବ ପଡୁଛି। ଅଞ୍ଚଳ ରେ ରହୁଥିବା ମହିଳା ଏବଂ ଶିଶୁ ମନେ ପଦା କୁ ବାହାରିବାକୁ ଭୟ କରୁଛନ୍ତି। ଏ ନେଇ ବାରମ୍ବାର ଶାନ୍ତି ନଗର ବାସୀ ଅଭିଯୋଗ କଲା ପରେ ବି ଏହା ବିଷୟରେ କୌଣସି ପଦକ୍ଷେପ ନିଆ ଯାଉ ନାହିଁ। ବର୍ତ୍ତମାନ ଯେହେତୁ ଲାଇସେନ୍ସ ରିନ୍ୟୁ ସମୟ ଅବଧି ଚାଲିଛି ଏବଂ ସୂଚନା ଅନୁଯାୟୀ ବର୍ତ୍ତମାନ ଯାଏ ମଦ ଦୋକାନ ର ଚାଲାଣ ଜମା କରାଯାଇ ନାହିଁ କି ରସିଦ କଟା ଯାଇ ନାହି ଏଣୁ ଆଗକୁ ମଧ୍ୟ ଏହି ଦୋକାନ ର ଲାଇସେନ୍ସ ରିନ୍ୟୁ କରା ନଯାଉ ଏହା ସହ ଦୋକାନ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନଚେତ ଯଦି ଏହି ଦାବି ପ୍ରତି ଭ୍ରୁକ୍ଷେପ ନକରି ଦୋକାନ କୁ ପୁଣି ଅନୁମତି ଦିଆଯାଏ ତା ହେଲେ ଭବିଷ୍ୟତ ରେ ଏହି ବିରୋଧ ର ଶ୍ବର ବିଦ୍ରୋହ ରେ ପରିଣତ ହେବ ଏବଂ ଅଂଚଳ ବାସୀ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବେ ବୋଲି ଉଲ୍ଲିଖିତ କରିଛନ୍ତି।