ଲ୍ଯାଣ୍ଡ ମାଇନ ବିସ୍ଫୋରଣରେ ୨ ଯବାନ ଆହାତ ।

0 294

ମାଲକାନଗିରି,୩୦/୦୯(ପିପିଟି): ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ମାଓ ହିଂସା ଦେଖା ଦେଇଛି । ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବା ଜଣା ପଡିଛି। ଆଜି ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡ଼ା ଗାଁ ନିକଟରେ ହୋଇଛି ଏହି ବିସ୍ପୋରଣ । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କାର୍ଯ୍ଯ ଚାଲୁ ରହିଛି । ଆହତ ଦୁଇ ଯବାନ ହେଉଛନ୍ତି ବାଲ କିଶାନ ଓ ସୋନିଦୁଲ୍ ଇସଲାମ୍ । ରାସ୍ତା ନିର୍ମାଣ କାମରେ ଯବାନ ମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇ ଥିବା ବେଳେ ଏହି ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣ ସଂପର୍କରେ ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ଗଣ ମାଧ୍ଯମ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.