ଯାଜପୁର ,୨୫/୦୫(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ସ୍ତ୍ରଶସ୍ତୀକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି । ଗତ ୬ ଦିନ ହେଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିବାଗ ପକ୍ଷରୁ ବ୍ୟୟ ଅଟକଳ କରାଯାଇଥିବା ରାସ୍ତା ନିର୍ମାଣ ଲାଗି ବିଧାୟକ ହିମାଂଶୁ ଶେଖର ସାହୁ ମାରାଥନ ଶିଳାନ୍ୟାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଦୁଇ ଗୋଟି ସ୍ଥାନରେ ରାସ୍ତାର ନବୀକରଣ ଓ ପ୍ରସସ୍ତୀକରଣ ପାଇଁ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଛି । ଆୟୋଜିତ ଶିଲାନ୍ୟାଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଏପଡା ଠାରୁ କୋଠିଢିହ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପାଇଁ ଗ୍ରାମଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶିଳାନ୍ୟାଶ କରଥିଲେ । ସେହିପରି ୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାଟପୁର ଆରଡିରୋଡ ଚଣ୍ଡିଛକ ଠାରୁ ୧୪ ନଂ କେନାଲ ନାଉପାଳ ଭାୟା ମିର୍ଜାପୁର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ଆଜି ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାଶ କରିଛନ୍ତି । ଏହି ଶିଳାନ୍ୟାଶ ଉତ୍ସବରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ଜଳଧର ମହାନ୍ତି, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ବିଜେପି ନେତା କାହ୍ନୁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ ଓ କନିଷ୍ଠ ଯନ୍ତ୍ରୀମାନେ ଶିଲାନ୍ୟାଶ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଧାୟକ ଶ୍ରୀ ସାହୁଙ୍କୁ ଉଭୟ ସ୍ଥାନରେ ଦଳିୟ କର୍ମୀମାନେ ଭବ୍ୟ ସ୍ୱାଗତ କରିବା ସହିତ ତାଙ୍କୁ ବାଜା, ବାଣ ଫୁଟାଇ ରୋଶଣୀ କରି ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ,ପ୍ରଦୀପ ପରିଡା,ପ୍ରଶାନ୍ତ ନାୟକ,ଦେବଦତ ପଣ୍ଡା, ଆଲୋକ ଲେଙ୍କା,ଚନ୍ଦ୍ରମଣି ପଣ୍ଡିତ ପ୍ରିୟବ୍ରତ ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଉଭୟ ସ୍ଥାନରେ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି ବିଧାୟକଙ୍କୁ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ସାଧୁବାଦ ଅର୍ପଣ କରିଥିଲେ ।