ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ୍ ଏସ୍ଆଇ ।

0 649

ବ୍ରହ୍ମପୁର,ତା-୨୫/୦୬(ପିପିଟି); ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନାରେ ଦୁଇ ମାସ ପୂର୍ବେ ପ୍ରୋବେସନ ଏସ୍.ଆଇ ଭାବରେ ସିଦ୍ଧାର୍ଥ କୁମାର ଗୌଡ କାର୍ଯ୍ୟରେ ଯୋଗ ଦେଇଥିଲେ ।ଗୋଟିଏ ମାମଲା ରଫାଦଫା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ ଜଗନ୍ନାଥପାଟଣା ଗାଁରେ ଘରଭଡାକୁ ନେଇ କିଛି ଦିନ ତଳେ ଗଣ୍ଡଗୋଳ ଘଟିଥିଲା । ଏହି ମାମଲା ଥାନାକୁ ଆସିଥିଲା । ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ପ୍ରୋବେସନ ଏସ୍.ଆଇ. ଶ୍ରୀ ଗୌଡ ୩ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଭିଜିଲାନ୍ସ ରେ ଅଭିଯୋଗ କରାଯାଇଥିଲା । ଯୋଜନା ମୁତାବକ   ପି.ରାଜ ସେନାପତି ଆଜି ଲାଞ୍ଚ ବାବଦକୁ ୩୦୦୦ ଟଙ୍କା ଏସ୍ଆଇଙ୍କୁ ଦେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନମ୍ବର ୮/୨୦୨୦ ରେ ମାମଲା ରୁଜୁ ହୋଇଛି ।
ଫଟୋ – ସୋସିଆଲ୍ ମିଡ଼ିଆ ।

Leave A Reply

Your email address will not be published.