ଭଞ୍ଜନଗର,୨୧/୧୨(ପିପିଟି): ଭଞ୍ଜନଗର ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦେବା ସହ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ସେବା ପତାକା ଦେଖାଇ ମଙ୍ଗଳବାର ଶୁଭ ଉଦ୍ଘାଟନ କରିଛନ୍ତି।ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର ହେଉଥିବା ରୋଗୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ସକାଶେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୩୨ଲକ୍ଷ ଟଙ୍କା ଉର୍ଦ୍ଧ୍ବ ବ୍ୟୟରେ ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ସୁବିଧା ରହିଛି। ଯାହାଫଳରେ ସ୍ଥାନୀୟ ଜନସାଧାରଣ ଉତ୍ତମ ରୋଗୀ ସେବା ପାଇପାରିବେ। ଗଞ୍ଜାମ ଜିଲ୍ଲାରେ ଏହି ସେବା ପ୍ରଥମ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି,ଚକ୍ଷୁ ଡାକ୍ତର ପ୍ରଶାନ୍ତ କୁମାର ମହାନ୍ତି, ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଓ ଅନ୍ୟନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post