ଲଗାଣ ବର୍ଷା,ପୋଲ ଧୋଇହେଇଯିବା କାରଣରୁ ଗମନାଗମନ ବାଧାପ୍ରାପ୍ତ ।

0 2,181

ସାନଖେମୁଣ୍ଡି,୨୪/୦୭(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ଶ୍ରୀ ବୁଦ୍ଧେସ୍ୱର ମନ୍ଦିର ନିକଟ ରେ ଥିବା ପୋଚକା ନାଳ ପୋଲ ଭାସିଯିବା କାରଣ ରୁ ସମ୍ପୁର୍ଣ୍ଣ ଯାତାୟତ ବନ୍ଦ ହୋଇଯାଇଛି । ଏହା ଆସ୍କା-ଦିଗପହଣ୍ଡିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ । ଦିନକୁ ସହ ସହ ଗାଡି ଏ ରାସ୍ତାରେ ଯାତାୟତ କରନ୍ତି । ପୋଲଟି ଭାସି ଯିବା କାରଣରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା । ବେଳେ ବେଳେ ଭାରିଯାନ ଯାତାୟତ କରୁଥିବା ସମୟରେ ଗାଡି ରାସ୍ତା ମଝିରେ ଦବି ଯାଉଥିବାର ଖବର ମଧ୍ୟ ମିଳୁଛି । ଏବେ କିଛି ଦିନ ହବ ଲଗାଣ ବର୍ଷା ହେବା କାରଣରୁ ଉପରମୁଣ୍ଡ ବର୍ଷା ପାଣି ପ୍ରବାହିତ ହୋଇ ଅସ୍ଥାୟୀ ରାସ୍ତାଟି ସମ୍ପୂର୍ଣ୍ଣ ଭାସି ଯାଇଥିବା ଦେଖିବାକୁ ମିଳିଛି । ପ୍ରଖର ନାଳ ସ୍ରୋତ ପାଣିରେ ସବୁ ସିମେଣ୍ଟ ପାଇପ ଭାସି ଯିବା ସହିତ ସମ୍ପୁର୍ଣ୍ଣ ଯୋଗାଯୋଗ ଠପ୍ ହୋଇପଡିଛି । ରାସ୍ତାର ଦୁଇ ପାର୍ଶ୍ୱରେ ମାଲବାହୀ ଟ୍ରକ ଅଟକି ଯାଇଛି । ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ହବ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା ଏବେ ବର୍ଷା କାରଣରୁ ପୋଲ ଟି ସମ୍ପୂର୍ଣ୍ଣ ଧୋଇହୋଇଯାଇଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.