ଲକ୍ ଡାଉନ୍ କଟକଣାକୁ ଅବମାନନା ୨୯ ହଜାର ଆଦାୟ ।

0 31

ପାତ୍ରପୁର,(ପିପିଟି ନ୍ଯୁଜ୍)୦୯/୦୪ – କରୋନକୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଛି ଏଭଳି ପରିସ୍ଥିତିରେ ସାରା ଦେଶରେ ଲକ୍ ଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ମହାମାରୀ କରୋନା କୁ ନେଇ ବାରମ୍ବାର ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ତାଗିଦ କରାଯାଉଥିଲେ ହେଁ ପାତ୍ରପୁର ବ୍ଳକରେ କିଛି ଲୋକ ମାନିନଥିବା କଟକଣାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଠାରୁ  ପାତ୍ରପୁର ତହସିଲଦାର ଡ. ଶ୍ରୀନିବାସ ବେହେରା ଗୁରୁବାର ୨୯ ହଜାର ଜୋରିମାନା ଆଦାୟ କରିଛନ୍ତି । ପାତ୍ରପୁର ବସଷ୍ଟାଣ୍ଡ ନିକଟରେ ୪୦ ବାଇକ ଚାଳକଙ୍କ ଠାରୁ କୋଢିଏ ହଜାର ଆଦାୟ କରାଯାଇଥିବା ବେଳେ  ୨ଟି ପରିବା ଦୋକାନରୁ ଦୁଇ ହଜାର, ଏକ ସଫ୍ଟ ଡ୍ରିଙ୍କ୍ ଦୋକାନରୁ ପାଞ୍ଚ ହଜାର ଓ ଏକ ଚାହା ଦୋକାନରୁ ୨ ହଜାର ପ୍ରମୁଖ ୨୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇ ରେଡକ୍ରସ୍ ରସିଦ ପ୍ରଦାନ କରାଯାଇଥିବା ଜଣାପଡିଛି ।
ରିପୋର୍ଟ – ବଦ୍ରି ନାରାୟଣ ରଣା ।

Leave A Reply

Your email address will not be published.