ଲକଡାଉନ ରେ ଅସହାୟଙ୍କୁ ସାହା ପାଲଟିଛନ୍ତି ଯୁବଗୋଷ୍ଠୀ

0 109

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪-କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ସାରା ଭାରତରେ ଲକଡାଉନ ଘୋଷଣା ଆଜକୁ ପନ୍ଦର ଦିନ ହୋଇଯାଇଥିଲା ବେଲେ ବହୁ ଲୋକଙ୍କ ପାଖରେ ଖାଇବାକୁ କିଛି ନାହିଁ ଏମିତିରେ ସରକାର ଗାଁ ମାନଙ୍କରେ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । କିନ୍ତୁ ଯେଉଁମାନେ ରନ୍ଧାଖାଦ୍ୟ ପାଉନାହାନ୍ତି ସେମିତି ଅସହାୟ ଗରିବ ଙ୍କ ପାଇଁ ସାହା ହୋଇଛନ୍ତି ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ଜୟ ଜବାନ କ୍ଳବ୍ ଓ ଟାଲ ଜଟାଧାରୀ କ୍ଲବ ର ସଦସ୍ୟ ମାନେ ଦୁଇ କ୍ଲବ ର ସଦସ୍ୟ ମାନେ ଆଖପାଖ ପଞ୍ଚାୟତର ସମସ୍ତ ଗାଁ ବୁଲି ଲୋକଙ୍କୁ ଚାଉଳ, ଚୂଡା, ଚିନି, ଆଲୁ ଇତ୍ୟାଦି ଶୁଖିଲା ଖାଦ୍ୟ ବଣ୍ଟନକରୁଛନ୍ତି । ସେହି କ୍ରମରେ ଆଜି ସର୍ଗିବାହାଲ ପଞ୍ଚାୟତ ର ସମସ୍ତ ଗ୍ରାମ ବୁଲି ପାଖାପାଖି ୧୫୦ ଅସହାୟ ଗରିବ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଆଜି ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ସର୍ଗିବାହାଲ ସମିତି ସଭ୍ୟ ଚିତ୍ରସେନ ବେହେରା ଜୟ ଯବାନ କ୍ଲବ ଦିପ୍ତୀପୁର ର ଦୀପ୍ତିକାନ୍ତ ମୁଖୀ, ରୋଶନ ପାଣିଗ୍ରାହୀ , ବିନୟ ସାହୁ , ପ୍ରେମାନନ୍ଦ ବାରିକ, ଚେତନ ଜେନ୍, ସୁନିଲ ସାହୁ, ସୁଶୀଲ ସାହୁ, ଚନ୍ଦନ ସାହୁ, ରଜତ ସାହୁ, ହର୍ଷିତ ଗୋଏଲ, କୁନା ବାରିକ, କଂଗ୍ରେସ ସାହୁ, ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବଲୁ ସୁନା ଓ ଜଟାଧାରୀ କ୍ଳବ୍ ଟାଲର ଧୀରେନ ବିଂଶ୍ବାଲ, ଡମ୍ବରୁଧର ପଧାନ, ଅଶ୍ବିନୀ ସାହୁ, ମୁକେଶ ବେରିଆ, ଆନନ୍ଦ ପଧାନ, ଦେବାଶିଷ ପଧାନ, ସୁମନ୍ତ ପଧାନ, ଜ୍ୟୋତି କାନ୍ତ ସାହୁ, ଧିରଜ ସାହୁ, ମୁନା ସାହୁ, ନାରାୟଣ ସାହୁ, ଚିନ୍ତାମଣି ପଧାନ ଓ ସୁନିଲ ପଧାନ ଉପସ୍ଥିତ ଥିଲେ । ଆମ ଅଞ୍ଚଳରେ ଥିବା ସମସ୍ତ ଅସହାୟ ଗରିବ ମାନଙ୍କୁ ଏମିତି ସହାୟତା ଦେଉଥିବା କ୍ଳବ୍ ର ସଦସ୍ୟ ମାନେ କହିଛନ୍ତି ଆଗକୁ ମଧ୍ୟ ଅସହାୟ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.