ରେଡକ୍ରସର ଫାଙ୍କା ରସିଦ୍ ଦେଇ ଜୋରିମାନା ଆଦାୟ ଘଟଣାର ସିବିଆଇ ତଦନ୍ତ ଦାବି ।

0 857

ଦିଗପହଣ୍ଡି,ତା-୨୪/୦୬(ପିପିଟି); ଗଞ୍ଜାମ  ଜିଲ୍ଲା ଦିଗପହଣ୍ଡି ତହସିଲ ଅଫିସର କିଛି କର୍ମଚାରୀ ଦିଗପହଣ୍ଡିର ଏକ ମାଛ ବିକାଳିକୁ ଏଭଳି ଫାଙ୍କା ରସିଦ ଦେଇ ଗତ ଜୁନ୍ ୨୩ ରିଖରେ ଜୁଲମ କରି ୨୦୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଛି । ରସିଦ ଗୁଡ଼ିକରେ ନାମ ଠିକଣା ନାହିଁ । କେବଳ ତାରିଖ ଉଲ୍ଲେଖ ଥିବା ବେଳେ ସ୍ବାକ୍ଷର ମଧ୍ୟ ନାହିଁ । ଭାରତୀୟ ରେଡ଼କ୍ରସ୍‌ ସଂସ୍ଥା ନାମରେ ଖୋଦ ଜିଲ୍ଳା ପ୍ରଶାସନଙ୍କ ନାମରେ ଜିଲ୍ଳା ପ୍ରଶାସନଙ୍କ ବିନା ସ୍ବାକ୍ଷର ଏବଂ ସିଲ୍‌ରେ କିଭଳି ଭାବେ ଆଦାୟ ହୋଇପାରୁଛି । ତହସିଲ ପ୍ରଶାସନ ଯଦି ଏଭଳି ଜାଲିଆତି ପାଇଁ ମାର୍ଗ ଉନ୍ମୁକ୍ତ କରୋନା ମହାମାରୀ ଭଳିଆ ଦୁର୍ଦ୍ଧିନ ସମୟରେ ସରକାରୀ କ୍ଷମତା ବଳରେ ଯଦି ଏଭଳି ଜାଲିଆତି କରିବା ଯଦି ଅପରାଧ ନୁହେଁ ତେବେ ପୋଲିସବାବୁ ସିପାହୀ ଜଣକ କାହିଁକି  ତାଙ୍କର ଖାକି ଝୁଙ୍କ ରେ କରିବେ ନାହିଁ । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ। ଜିଲ୍ଳା ପ୍ରଶାସନ ଏଥି ପାଇଁ ନିନ୍ଦିତ ହେଉଛନ୍ତି । ଦିଗପହଣ୍ଡିରେ ଏଭଳି ନକଲି ରସିଦରେ କୋଟିକୋଟି ଟଙ୍କା ଆଦାୟ ହୋଇଛି । ସିବିଆଇ ତଦନ୍ତ ପାଇଁ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପରେଶ ଚନ୍ଦ୍ର ରଥ ଦାବି କରିଛନ୍ତି । ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଗପହଣ୍ଡି ଅଞ୍ଚଳରେ ରେଡକ୍ରସ ରସିଦ୍ ରେ ଜୋରିମାନା ଆଦାୟ କରାଯାଉଛି । ଉକ୍ତ ରସିଦ୍ ଅସଲି ନା ନକଲି ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ପୂର୍ବରୁ ଦିଗପହଣ୍ଡି ତହସିଲଦାରଙ୍କ ସହିତ ଓକିଲ ମାନଙ୍କ ବିବାଦ ହୋଇଥିଲା ।

Leave A Reply

Your email address will not be published.