ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ଯକ୍ରମ ।

0 35

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୦୩/୦୪-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ମୋବାଇଲ୍ ହେଲଥ ଟିମ୍ ବ୍ଲକ ର ବିଭିନ୍ନ ଗ୍ରାମରେ ପହଞ୍ଚି ରାଜ୍ୟ ତଥା ଦେଶ ବାହାରୁ ଫେରି ଆସିଥିବା ଓଡ଼ିଶାର ଭାଇ ମାନଙ୍କ ପାଖକୁ ଯାଇ  ବର୍ତ୍ତମାନ ଦେଖାଦେଇଥିବା କରୋନା ଭାଇରସ ଜନିତ ସଂକ୍ରାମକ ରୋଗ ସଂପର୍କରେ ସଚେତନ କରିବା ସହିତ ସେମାନଙ୍କୁ ଏହାର ପ୍ରତିକାର ନିମନ୍ତେ ଉଦ୍ଦିଷ୍ଟ ନିୟମ ଗୁଡିକ ବୁଝାଉଛନ୍ତି। ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଇନ୍ ଚାର୍ଜ ଡ଼ାକ୍ତର ବିଜୟ କୁମାର ନାୟକ ଓ ବିପିଏମ ସୁକାନ୍ତ ନାୟକଙ୍କ ପରାମର୍ଶ କ୍ରମେ ମୋବାଇଲ୍ ହେଲଥ ଟିମ୍ ର ଆୟୁଷ ଡାକ୍ତର ମଧୂସୁଦନ ପାଣିଗ୍ରାହୀ, ଫାର୍ମାସିଷ୍ଟ ଜିତେନ୍ଦ୍ର କୁମାର ଦାସ ଓ ମହିଳା ସ୍ବାସ୍ଥ୍ୟକର୍ମୀ ପିଙ୍କି ଲତା ବେହେରା ବ୍ଲକ ର କୁଶପଡା, ଗୋକର୍ଣ୍ଣପୁର, ଆଙ୍କୋରଡା,ଫାସିଗୁଡା ଇତ୍ୟାଦି ପଞ୍ଚାୟତ ଅଧୀନସ୍ଥ ଗାଁ କୁ ଗାଁ ଯାଇ  ସେଠାରେ ଗ୍ରାମ ବାସୀଙ୍କୁ ନିୟମିତ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଥିଲେ।
ରିପୋର୍ଟ – ରବିକୁମାର ଶର୍ମା

Leave A Reply

Your email address will not be published.