ରାଶନ କାର୍ଡଧାରୀଙ୍କୁ ୧୦୦୦ଟଙ୍କା ସହାୟତା ଦିଆଯିବ

0 1,006

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୧।୦୪- କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ପରିମାଣରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି । କଳାବଜାରକାରୀଙ୍କ ଉପରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ କଡା ନଜର ରହିଛି। ପୂର୍ବ ଘୋଷିତ ସମସ୍ତ ସହାୟତା ସହ ପ୍ରତି ରାଶନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କାର ସହାୟତା ଦିଆଯିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ଜିଲାପାଳଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଭାଗୀୟ ସଚିବ ତଥା କମିଶନର ବୀରବିକ୍ରମ ଯାଦବ ଏନେଇ ମଙ୍ଗଳବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ସିଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌) ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ ।

Leave A Reply

Your email address will not be published.