ରାମନାଗୁଡା ବ୍ଲକରେ କରୋନା ପରିଚାଳନା ଉପରେ ଆପତ୍ତି ଉଠାଇଲେ ପଡାଲ ପଦର ଗ୍ରାମବାସୀ ।

0 259

ରାୟଗଡା,୧୯/୦୮(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପେନକାମ ଗ୍ରାମ ପଞ୍ଚାୟତ ଅଧିନ ପଡାଲପଦର ଗ୍ରାମବାସୀ କରୋନା ପରିଚାଳନାକୁ ନେଇ ବ୍ଲକ ପ୍ରଶାସନ, ରାଜସ୍ବ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଉପରେ ବିଷୋଦଗାର କରିଛନ୍ତି। ସେମାନେ ପ୍ରକାଶ କରିଛନ୍ତି ଯେ, ଆଗରୁ କୌଣସି ସୂଚନା ନ ଦେଇ ଗତ ୧୪-୦୮-୨୦୨୦ ସ୍ୱାସ୍ଥ୍ୟ ବିଭାଗ ହଠାତ ଆସି ଗ୍ରାମବାସୀଙ୍କୁ କହିଥିଲେ ଯେ, ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମେଲେରିଆ ପରୀକ୍ଷା କରାଯିବ।ଫଳରେ ଅଧିକାଂଶ ଗ୍ରାମବାସୀ ଆସି ପରୀକ୍ଷା ନିମନ୍ତେ ଅପେକ୍ଷା କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମେଲେରିଆ ପରୀକ୍ଷା ନ କରି କରନା ସ୍ୱାବ ସଂଗ୍ରହ କରାଗଲା। ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ଅର୍ଥାତ ୧୫-୦୮-୨୦୨୦ ଦିନ ୧୨ ଘଣ୍ଟା ସମୟରେ ପ୍ରଶାସନ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ କହିଲେ ଯେ,୨୯ ଜଣଙ୍କର ପୋଜିଟିବ ବାହାରିଛି ତୁରନ୍ତ ସେମାନଙ୍କୁ ବିସମକଟକ କୋବିଡ଼ କେନ୍ଦ୍ରକୁ ଯିବାକୁ ପଡିବ। କିଏ କେଉଁ ପରିସ୍ଥିତିରେ ଥିଲେ ମଧ୍ୟ ସେମାନଙ୍କୁ ବସରେ ବସାଇ ନେବା ବାଟରେ ସେମାନଙ୍କ ମୋବାଇଲକୁ ଆସିଲା ନେଗେଟିଭ। ତଥାପି ସେମାନଙ୍କୁ ବୁଝାଇ ଦିଆଗଲାଯେ, କେନ୍ଦ୍ରରେ ମାତ୍ର ୩ ଦିନ ରଖି ଛାଡିଦିଆଯିବ। ୧୫-୦୮-୨୦୨୦ ସନ୍ଧ୍ୟାରେ ଗ୍ରାମବାସୀ ଆସି ଏହି ବିଷୟ ଅତିରିକ୍ତ ତହସିଲଦାରଙ୍କୁ ଜଣାଇଥିଲେ ।ଅତିରିକ୍ତ ତହସିଲଦାର କହିଥିଲେ ଯେ, ଏହା ଯାନ୍ତ୍ରିକ ତୃଟି କିନ୍ତୁ ସେମାନଙ୍କୁ ପଜିଟିଭ ହିଁ ଆସିଛି।ଯେତେବେଳେ ଗ୍ରାମବାସୀଙ୍କୁ ନିଆଗଲା ସେତେବେଳେ କିଛି ଯୁବକ କହିଥିଲେଯେ,ସେମାନଙ୍କ କରନା ପୋଷାକ କାହିଁ ? ସେଗୁଡ଼ିକ ଆମକୁ ଜଣା ନାହିଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଆସିଛୁ। ବ୍ଲକ କର୍ମଚାରୀ ଜଣଙ୍କୁ ପଜିଟିଭ ବାହାରିଲାପରେ ସଙ୍ଗେ ସଙ୍ଗେ ୨ ଦିନ ପାଇଁ ନିସିଧାଞ୍ଚଳ କରାଗଲା, କିନ୍ତୁ ଏତେ ପରିମାଣରେ ଗୋଟିଏ ଗ୍ରାମରେ ବାହାରିଲାପରେ ନିଷିଧାଞ୍ଚଳ , ସାନିଟାଇଜର କରାଗଲା ନହିଁ । ୧୬ ତାରିଖ ଦିନ ୧୧ ଘଣ୍ଟା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ପହଞ୍ଚିଥିଲେ, ତାଙ୍କୁ ଗୁହାରି ପରେ ଗ୍ରାମକୁ ସାଧାରଣ ଭାବେ ସାନିଟାଯାଇର କରାଯାଇଥିଲା।ଗ୍ରାମରେ ଅଉ ୪ଜଣ ବ୍ୟକ୍ତି କାଡ୍ରାକା କ୍ରିଷ୍ନା,କାଡ୍ରାକା ପଟିଆମା,କାଡ୍ରାକା ତ୍ରିନାଥ ଓ ପାତିକା କଳାବତୀ ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ଗୁରୁତ୍ୱ ନଦେବା ଫଳରେ ସେମାନଙ୍କ ଭବିଷ୍ୟତ କଣ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ – ନବୀନ ନାୟକ ବେହେରା ।

Leave A Reply

Your email address will not be published.