ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୩୭୩୭ , ସୁସ୍ଥ ସଂଖ୍ୟା ୮୭୫୦ ଓ ମୃତ ସଂଖ୍ୟା ୭୦ ।

0 1,198

ଭୁବନେଶ୍ଵର,ତା-୧୩/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪୧୪୭ ମଧ୍ୟରୁ ୨୧୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୩୩୬ ମଧ୍ୟରୁ ୮୮୩ ଜଣ ସୁସ୍ଥ ,୧୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ନୂତନ ଆକ୍ରାନ୍ତ ୬୧୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୩୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୪୧୫୩୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୧୩୭୩୭ ଚିହ୍ନଟ ହୋଇଛନ୍ତି । ୮୭୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪୮୯୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୨୧ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୬୧୬ ଜଣଙ୍କ ମଧ୍ୟରୁ ୪୧୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୦୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.