ଭୁବନେଶ୍ବର,୨୨/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୧୯ । ବର୍ତ୍ତମାନ ସୁଦ୍ଧା ୬୬,୬୫,୭୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୬,୯୧୫ ଚିହ୍ନଟ ହୋଇଛନ୍ତି ୩,୨୧,୯୫୬ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୪୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୧୯ ଜଣଙ୍କ ମଧ୍ୟରୁ ୧୮୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୩୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।