ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୧୬୦,ସୁସ୍ଥ ସଂଖ୍ୟା ୩୫୩୪ ପହଞ୍ଚିଲା ।

0 1,166

ଭୁବନେଶ୍ଵର,ତା-୨୧/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୮୯୩ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୪୪୪ ମଧ୍ୟରୁ ୩୬୨ ଜଣ ସୁସ୍ଥ ,୪ଜଣଙ୍କ ମୃତ୍ୟୁ ଓ ଅନ୍ଯ ମୃତ ସଂଖ୍ୟା ୦୨ ହୋଇଛି । ନୂତନ ଆକ୍ରାନ୍ତ ୩୦୪ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୨୪୪୦୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୫୧୬୦ ଚିହ୍ନଟ ହୋଇଛନ୍ତି । ୩୫୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୬୦୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୫ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୦୪ ଜଣଙ୍କ ମଧ୍ୟରୁ ୨୭୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.