ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୮୫୬,ସୁସ୍ଥ ସଂଖ୍ୟା ୩୨୯୭ ପହଞ୍ଚିଲା ।

0 1,152

ଭୁବନେଶ୍ଵର,ତା-୨୦/୦୬(ପିପିଟି); ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୮୫୩ ମଧ୍ୟରୁ ୬୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୪୩୯ ମଧ୍ୟରୁ ୩୦୮ ଜଣ ସୁସ୍ଥ  ହୋଇଛନ୍ତି । ନୂତନ ଆକ୍ରାନ୍ତ ୧୭୯ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧୯୭୭୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୪୮୫୬ ଚିହ୍ନଟ ହୋଇଛନ୍ତି । ୩୨୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୫୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୪ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୭୯ ଜଣଙ୍କ ମଧ୍ୟରୁ ୧୫୦ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.