ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୯୯୪ ଛୁଇଁଲା,୧୮୯୪ ଜଣ ସୁସ୍ଥ ।

0 1,041

ଭୁବନେଶ୍ଵର ,(ପିପିଟି)୦୮/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୩୧ ମଧ୍ୟରୁ ୪୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୩୨୫ ମଧ୍ୟରୁ ୨୫୩ଜଣ ସୁସ୍ଥ  ହୋଇଛନ୍ତି ।ନୂତନ ଆକ୍ରାନ୍ତ ୧୩୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୭୯୪୧୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୨୯୯୪ ଚିହ୍ନଟ ହୋଇଛନ୍ତି । ୧୮୯୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୧୩୮ ଜଣଙ୍କ ମଧ୍ୟରୁ ୧୨୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.