ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୭୮୧ ଛୁଇଁଲା,୧୬୦୪ ଜଣ ସୁସ୍ଥ ।

0 1,102

ଭୁବନେଶ୍ଵର ,(ପିପିଟି)୦୬/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୫୯୭ ମଧ୍ୟରୁ ୩୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୩୧୨ ମଧ୍ୟରୁ ୨୪୨ଜଣ ସୁସ୍ଥ  ହୋଇଛନ୍ତି ।ନୂତନ ଆକ୍ରାନ୍ତ ୧୭୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୭୨୬୨୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୨୭୮୧ ଚିହ୍ନଟ ହୋଇଛନ୍ତି । ୧୬୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧୬୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୧୭୩ ଜଣଙ୍କ ମଧ୍ୟରୁ ୧୫୦ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.