ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩୩୬ ଛୁଇଁଲା,୪୯୭ ଜଣ ସୁସ୍ଥ ।

0 1,029

ଭୁବନେଶ୍ଵର ,(ପିପିଟି)୨୪/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୪୮ରେ ରହିଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୨୩୯ ରହିଛି ।ନୂତନ ଆକ୍ରାନ୍ତ ୬୭ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୨୩୮୩୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୧୩୩୬ ଚିହ୍ନଟ ହୋଇଛନ୍ତି । ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୮୩୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ୭ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩ଜଣ, ଖୋର୍ଦ୍ଧା ଜିଲ୍ଲାରେ ୩ଜଣ ଓ କଟକ ୧ ବୋଲି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୬୭ ଜଣଙ୍କ ମଧ୍ୟରୁ ୬୦ଜଣ କ୍ବାରେଣ୍ଟାଇନ୍ ସେଣ୍ଟର, ୩ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୪ ଜଣ ହୋମ୍ କଣ୍ଟେନମେଣ୍ଟ  ବୋଲି ଜଣାପଡିଛି ।

Leave A Reply

Your email address will not be published.