ରାଜୀବ କୁମାର ନିର୍ବାଚନ କମିଶନ ନିଯୁକ୍ତ ।

0 526

ନୂଆଦିଲ୍ଲୀ,୨୨/୦୮; ପୂର୍ବତନ ଅର୍ଥ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ରାଜୀବ କୁମାରଙ୍କୁ କେନ୍ଦ୍ର ସରକାର ନିର୍ବାଚନ କମିଶନ ଭାବରେ ଶୁକ୍ରବାର ଦିନ ନିଯୁକ୍ତି ଦେଇଛନ୍ତି । ନିର୍ବାଚନ କମିଶନ ଅଶୋକ ଲାଭାସା ମଙ୍ଗଳବାର ଦିନ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ଲାଭାସା ଏସିଆନ ଡେଭଲପମେଣ୍ଟ ବ୍ଯାଙ୍କର ଉପ ସଭାପତି ଭାବରେ ନିଯୁକ୍ତି ପାଇଛନ୍ତି । ଅଗଷ୍ଟ ୩୧ ପରେ ଦାୟିତ୍ୱ ଗ୍ରହଣ କରିବେ ରାଜୀବ କୁମାର ।ଶ୍ରୀ ଲାଭାସାଙ୍କ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକାଳ ଥିଲା ।

Leave A Reply

Your email address will not be published.