ରନ୍ଧାମଦ ଜବତ, ଦୁଇ ଜଣ ଗିରଫ ।

0 411

ପଦ୍ମପୁର,୦୪/୦୭(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳଟି ମହୁଲି ରନ୍ଧାମଦର ଦଲାଲାଙ୍କ ଚରାଭୂଇଁ ପାଲଟିଛି । ପଦ୍ମପୁର ଉପଖଣ୍ଡ ସ୍ଥିତ ବୁଡେନ ଥାନା ଅନ୍ତର୍ଗତ କୁକୁରିମୁଣ୍ଡାର ରଂଜନ ଭଏଁସା ପିତା, ହଳ ଭଏଁସା ଓ କବି ମୁଣ୍ଡା ପିତା,ବରୁଣ ମୁଣ୍ଡା ଦୁହିଁ ଙ୍କୁ ବୁଡେନ ଥାନା ଅଧିକାରୀ  ବୀରବର ଭଗତ ବିଶ୍ୱସ୍ତସୂତ୍ରରୁ ଖବର ପାଇ କାବୁ କରିବାରେ ସଫଳ ହୋଇଛନ୍ତି । ରଂଜନ ଓ କବି ଦୁହେଁ ବୁଡେନ ଥାନା ଅଞ୍ଚଳରେ ଯାଉଥିବା ଲେଦରାପାଲିରୁ ବାଇକ ଯୋଗେ ବହୁଦିନରୁ ରନ୍ଧାମଦ କାରବାର କରିଆସୁଥିଲେ । ହେଲେ ଶ୍ରୀ ଭଗତ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବାକ୍ଷଣୀ କାଳବିଳମ୍ବ ନ କରି ସଦଳବଳେ ସେମାନଙ୍କୁ ମଟର ସାଇକେଲ ନଂ ଓ.ଡି ୦୩ କେ ୧୯୮୬ ସହ ୧୧୦ ଲିଟର ରନ୍ଧାମଦ ସହ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛନ୍ତିା ପରେ ପି.ଏସ କେଶ ନଂ ୧୦୧/୨୦ୟୁ/ଏସ ୫୨(ଏ) ଓଡିଶା ଅବକାରୀ ଆଇନ Seized 15 Liquor ଅନୁଯାୟୀ ୟୁ/ଏସ ୪୧(ଏ) ସି.ଆର.ପି.ସି ଅନୁଯାୟୀ  ଅଂଜନ ଭଏଁ ସା ମୁଦାଲାଙ୍କ ନାମରେ ପି.ଏସ କେଶ ନଂ,୨୦୨/୨୦ ୟୁ/ଏସ ୫୨(ଏ) ଦଫା ଲଗାଇ କୋର୍ଟକୁ ଚାଲାଣ କରାଯାଇଛି ହେଲେ କୋର୍ଟ ରେ ଜାମିନ ନ ମିଳିବାରୁ ପଦ୍ମପୁର ଜେଲକୁ ପଠାଇ ଦିଆଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.