ରଜ ସଂକ୍ରାନ୍ତିରେ ଶିଶୁ ଉଦ୍ୟାନ ଓ ବେଲେଶ୍ୱର ପୀଠ ଖାଁ ଖାଁ ।

0 251

ଭଞ୍ଜନଗର,(ପିପିଟି)୧୫/୦୬, ପ୍ରତିବର୍ଷ ରଜ ସମୟରେ ଭଞ୍ଜନଗରର ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ବେଲେଶ୍ୱର ପୀଠ ଚଳ ଚଞ୍ଚଳ ହୋଇଉଠେ।ହେଲେ ଚଳିତ ବର୍ଷ ଲକ ଡାଉନ କାରଣରୁ ଏହି ପାର୍କ ଓ ମନ୍ଦିରକୁ ପ୍ରଶାସନ ତରଫରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଯାହାଫଳରେ ପାର୍କ ରେ ଦୋଳି ଓ ଅନ୍ୟାନ୍ୟ ଖେଳ ଖେଳିବାକୁ ଏବଂ ବୁଲିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏବେ ତାହା ଦେଖିବାକୁ ମିଳୁନାହିଁ। ବିଶେଷ କରି ରଜ ସମୟରେ ଏହି ୩ଦିନ ସ୍ଥାନୀୟ ଜନସଧାରଣ ଓ ବହୁ ଦୂର ଦୁରାନ୍ତରୁ ଲୋକ ମାନେ ପରିବାର ସହ ଏଠାକୁ ଆସି ଭଞ୍ଜନଗର ଜଳ ଭଣ୍ଡାର, ବିଜୁ ପଟ୍ଟନାୟକ ପାର୍କ,ବେଲେଶ୍ୱର ପୀଠ ଓ ସିରିଡି ସାଇ ମନ୍ଦିର ବୁଲିବାର ମଜା ନେଇଥାନ୍ତି। ସରକାରୀ କଟକଣା ଯୋଗୁଁ ଏହିବର୍ଷ ରଜ ପର୍ବ ଫିକା ପଡିଥିବା ବେଳେ ଲୋକ ମାନେ ଘରେ ନିରାଡ଼ମ୍ବର ଭାବେ ରଜ ପାଳନ କରୁଥିବା ଦେଖିବାକୁ ମିଳିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.