ଯୌତୁକ ପାଇଁ ବଧୂ ନିର୍ଯାତନା, ଥାନାରେ ମାମଲା ରୁଜୁ ।

0 234

ମାଲକାନଗିରି,୧୦/୧୨(ପିପିଟି): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ ନିକଟସ୍ଥ ଏମ.ପି.ଭି -୭୫ ଗ୍ରାମରେ ବିବାହିତା ବଧୂ ରଞ୍ଜିତା ହାଲଦାରଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ନିର୍ମମ ଭାବରେ ପ୍ରହାର କରିବା ଫଳରେ ଗୁରୁତର ଆହାତ ଅବସ୍ଥରେ ସ୍ଥାନୀୟ ମେଡିକଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ଏ ସଂପର୍କରେ ପୋଲିସ କଲିମେଳା ଥାନରେ ଏକ ମାମଲା ରୁଜୁ କରିଛି । ଏମ.ପି.ଭି -୫୨ ଗ୍ରାମର ନୋନୀଗୋପାଳ ମଜୁମଦାରଙ୍କ ଝିଅ ରଞ୍ଜିତା ହାଲଦାର (୨୭) ୨୦୧୪ ମସିହାରେ ଏମପିଭି-୭୫ ଗ୍ରାମର ଅଜିତ ହାଲଦାରଙ୍କ ପୁଅ ଅଜୟ ହାଲଦାରଙ୍କ ସହିତ ବୈଦିକ ରୀତିରେ ବିବାହ କରିଥିବା ବେଳେ ବର୍ଷକ ପରେ,ରଞ୍ଜିତା ଗର୍ଭରୁ ଏକ ଝିଅ ଜନ୍ମ ଗ୍ରହଣ କରିଥିଲା । ଝିଅଟିଏ ଜନ୍ମ ହେଲା ପରେ ରଞ୍ଜିତାକୁ ଶାଶୁ ଘର ଲୋକେ ଗ୍ରହଣ କରୁ ନଥିଲେ । ସେହି ଦିନ ଠାରୁ, ସ୍ୱାମୀ ଦିଅର ଓ ଶାଶୁ ମିଶି ଯୌତୁକ ମାଗିବା ଆରମ୍ଭ କରି ଅତ୍ୟାଚାର ଆରମ୍ଭ କରିଥିଲେ । ଅତ୍ୟାଚାର ସହି ନପାରି ରଞ୍ଜିତା ନିଜ ବାପା ଘରେ ରହୁଥିବା ବେଳେ ୨୦୧୭ ରେ ଅର୍ଥାତ ୨ ବର୍ଷ ପରେ ସ୍ୱାମୀ ଅଜୟ ହାଲଦାର ଆସି ଭୁଲ ମାଗି ପୁଣି ଘରକୁ ଫେରେଇ ନେଇଯାଇ ଥିଲେ । କିଛି ଦିନ ପରେ ପୁଣି ଯୌତୁକ ବାବଦକୁ ଗୋଟିଏ ବାଇକ ଓ ୫୦ ହଜାର ଟଙ୍କା ,ପଲଙ୍କ ଇତ୍ୟାଦି ଦାବି କରି ଅଜୟ ହାଲଦାର, ଦିଅର ବିଜୟ ହାଲଦାର ,ଶାଶୁ ନମିତା ହାଲଦାର ମିଶି ଲୁହା ରଡ଼ ଓ ପ୍ରେସର କୁକର ସାହାଯ୍ୟରେ ବୋହୂ ରଞ୍ଜିତାକୁ ପ୍ରହାର କରି ରକ୍ତାକ୍ତକରି ଦେଲେ । ଘର ମଧ୍ଯରେ ରଞ୍ଜିତା ମୁର୍ମୂଷୁ ଅବସ୍ଥାରେ ପଡିଥିବା ବେଳେ ଗାଁ ଲୋକଙ୍କ ସାହାଯ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ଅଣାଯାଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏ ସଂକ୍ରାନ୍ତରେ କାଲିମେଳା ଥାନାରେ କେଶ ନଂ:୩୦୧/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.