ଯୋଜନାବଦ୍ଧ ହତ୍ଯାକାଣ୍ଡର ପର୍ଦ୍ଦାଫାଶ, ତିନି ଅଭିଯୁକ୍ତ ଗିରଫ ।

0 728

ପଦ୍ମପୁର,୧୭/୦୭(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ  ଅଫିସ ନିକଟରେ ଗତ ୧୫ ତାରିଖ ରାତି ପ୍ରାୟ ୧୧ଟା ସମୟରେ ହୋଇଥିବା ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ  କରିଛି ପଦ୍ମପୁର ପୋଲିସ  । ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁସାରେ ଖୁଂଟପାଲି ଗ୍ରାମର ସୁବାଷ ନାଗ, ତାଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ପୁଅ ଦୁଇଟି ବାଇକ ଯୋଗେ ପଦ୍ମପୁର ଥାନାରୁ ଅଭିଯୁକ୍ତ ବିନୋଦ କୁମାର ସାହା,ବିକାଶ ସାହା,ଭକଲୁ ବରିହାଙ୍କ  ନାମରେ ତାଙ୍କପ୍ରତି କରିଥିବା  ଦୁର୍ବ୍ୟବହାର ସମ୍ବନ୍ଧରେ ଅଭିଯୋଗ କରି ଫେରୁଥିବା ସମୟରେ ସେହି ତିନି ଜଣ ଅଭିଯୁକ୍ତ ପଦ୍ମପର ମାଷ୍ଟର କଲୋନି ଠାରେ ଏକ ପିକଅପ ଭ୍ୟାନରେ ପିଛା କରିଥିଲେ ଏବଂ ସତିଭଟା ଛକ ସ୍ଥିତ ଫରେଷ୍ଟ ଅଫିସ ନିକଟରେ ପଛପଟୁ ଯୋର ରେ ଧକ୍କା ଦେଇଥିଲେ । ଧକ୍କା ଦେଇ ତିନି ଅଭିଯୁକ୍ତ ସେଠାରୁ ଫେରାର ମାରିଥିଲେ । ଏହି ପିକଅପ ଓ ବାଇକ ଧକ୍କା ହେବା ଦ୍ୱାରା ମସ୍ତମୟ ନାଗ ଓ ରିଙ୍କୁ ନାଗ ଗୁରୁତର ଆହତ ହୋଇଥିଲେ  । ଆହତ ଦ୍ୱୟଙ୍କୁ ପଦ୍ମପୁରରୁ ବୁର୍ଲା ନେଉଥିବା ସମୟରେ ମସ୍ତମୟଙ୍କ ଦେହାନ୍ତ ହୋଇଥିଲା  । ଏ ବିଷୟରେ ସୁବାଷ ନାଗ ଓ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପଦ୍ମପୁର ଥାନା କେଶ ନମ୍ବର ୧୫୩/୨୦ ଆଧାରରେ ଅଭିଯୁକ୍ତ ମାନଙ୍କୁ ଖୋଜି ଗିରଫ କରି ୩୪୧ /୨୯୪ /୫୦୬ /୫୦୯ ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.