ଯୁବ ସାମ୍ବାଦିକଙ୍କ କୋଭିଡ୍ -୧୯ ପାଇଁ ଦାନ

0 164

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧/୦୪ ଉଦୀୟମାନ ଅଭିଜ୍ଞ ଯୁବ ସାମ୍ବାଦିକ, ଆଇନ ଛାତ୍ର, ପ୍ରକୃତି ବନ୍ଧୁ ପୁରଷ୍କାର ପ୍ରାପ୍ତ ତତ୍ ସହ ପି.ଏଫ୍.ଏ ର ସଦସ୍ଯ ତଥା ସ୍ୱେଚ୍ଛାସେବୀ ସମୀର କାନ୍ତ ତ୍ରିପାଠୀ କୋଭିଡ-୧୯ର ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୫୦୦ ସହ ମୂଖ୍ଯମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦୦୦ ଟଙ୍କା ସହଯୋଗର ହାତ ବଢାଇଛନ୍ତି। ବୁଧବାର ସେ ବ୍ରହ୍ମପୁର ଉପାଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲାପାଳ ଆଇଏଏସ ଅଫିସର ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ସାକ୍ଷାତ କରି ଉଭୟ ପିଏମ କେୟାର ଫଣ୍ଡ କୋଭିଡ୧୯ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ ୧୯ ପାଇଁ ସମୁଦାୟ ୨୫୦୦ ଟଙ୍କାର ପୃଥକ ପୃଥକ ବ୍ୟାଙ୍କ ଡିମାଣ୍ଡ ଡ୍ରାଫ୍ଟ ସେ ପ୍ରଦାନ କରିଥିଲେ। ଉକ୍ତ ଅର୍ଥ ରାଶି ପ୍ରଦାନ ସମୟରେ ସ୍ବେଚ୍ଛାସେବୀ ଅନନ୍ତ ନାରାୟଣ ମହାନ୍ତି ଓ ସାଇଦୀପ ପୂଜାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.