ଯୁବ ଗୋଷ୍ଠୀଙ୍କ ତରଫରୁ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ।

0 42

ପାତ୍ରପୁର,(ପିପିଟି ନ୍ଯୁଜ୍)୦୫/୦୪ : ବିଶ୍ବରେ ମହାମାରୀ କରୋନା ପାଇଁ  ସାରା ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା  ବେଳେ  ଅସହାୟ ଲୋକଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ଯୁବଗୋଷ୍ଠୀ । ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ସପଙ୍ଗ ଏବଂ ଶ୍ରୀରାମପୁର ଗାଁ କିଛି ଯୁବକ ମାନେ ୧୫ ଜଣଙ୍କୁ ସୁଜି, ଚିନି, ଚୁଡ଼ା, ବିସ୍କୁଟ ପ୍ରଦାନ କରିଛନ୍ତି । ଏହାର ନେତୃତ୍ୱ ସନ୍ତୋଷ ପ୍ରଧାନ ନେଇଥିବା ବେଳେ ସଚିନ ପ୍ରଧାନ, ବୁଲୁ ପ୍ରଧାନ, ଋତୁପୂର୍ଣ୍ଣ ପ୍ରଧାନ ଏବଂ କୁଠାରିଶ୍ୱରୀ ଯୁବକ ସଂଘର ପିଲାମାନେ ସହଯୋଗ କରିଛନ୍ତି । ଲକ୍ ଡାଉନ୍ ଶେଷ ହେବା ପର୍ଯ୍ୟନ୍ତ ଏଭଳି ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଯୁବକ ମାନେ ସୂଚନା ଦେଇଛନ୍ତି । ଯୁବକ ମାନଙ୍କ ଏଭଳି ପଦେକ୍ଷପକୁ ବିଭିନ୍ନ ମହଲରୁ ପ୍ରଶଂସା କରିଛନ୍ତି ।
ରିପୋର୍ଟ – ବଦ୍ରି ନାରାୟଣ ରଣା ।Attachments area

Leave A Reply

Your email address will not be published.