ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ।

0 521

କଳାହାଣ୍ଡି,ତା-୨୬/୦୬(ପିପିଟି); କୋକସରା ବ୍ଲକ ମୋଟେର ଫାଣ୍ଡି ଅଧୀନରେ ଥିବା ଡହଗାଁ ରାସ୍ତା ପାର୍ଶ୍ୱରେ ନିଜ ବିଲରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି କୁସୁମଖୁଣ୍ଟି ଗ୍ରାମର ଜୟକୃଷ୍ଣ ରାଉତ(୨୦) । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ କାଲି ସନ୍ଧ୍ୟାରେ ବାପ ପୁଅଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ ଆଜି ଉକ୍ତ ଯୁବକ ଆତ୍ମହତ୍ୟା କରିଥବା ଦେଖାଯାଇଛି । ଘଟଣା ସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ପହଞ୍ଚି ଶବ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠେଇ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରୀ ରହିଥିବା ପ୍ରକାଶ କରିଛନ୍ତି ।
 ରିପୋର୍ଟ – ବବୁଲୁ ସାହୁ ।

Leave A Reply

Your email address will not be published.