ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ।

0 255

କନ୍ଧମାଳ,୩୦/୧୧(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମଧ୍ୟରେ ଥିବା ଏକ ଖେଳ ପଡିଆ ନିକଟରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଏକ ଶାଗୁଆନ ଗଛ ରେ ଝୁଲୁଥବା ଅବସ୍ଥାରେ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଛି । ଉକ୍ତ ପଡିଆକୁ ଖେଳିବା ପାଇଁ ଆସିଥିବା ପିଲା ମାନେ ଶବ ଟି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଗ୍ରାମରେ ଆସି କହିବା ପରେ ଗ୍ରାମର କିଛି ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳଙ୍କ ସହ ତାଙ୍କ ଟିମ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ତେବେ ଯୁବକ ଜଣକ ଦୀର୍ଘ ଚାରି ବର୍ଷ ହେଲା ଫିରିଙ୍ଗିଆ ଠାରେ ଏକ ହୋଟେଲ ରେ କାମ କରିବା ସହ ଗାଡି ଡ୍ରାଇଭର ଭାବରେ କାମ କରୁଥିଲେ ବୋଲି ଜଣା ପଡିଛି । ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଅନ୍ୟପଟେ ଯୁବକ ଜଣକ ଫିରିଙ୍ଗିଆ ସହରରେ କାଳିଆ ନାଁରେ ପରିଚିତ ଥିବା ବେଳେ ତାଙ୍କର ଅସଲ ପରିଚୟ ଜଣା ପଡ଼ିନାହିଁ । ତେବେ ଯୁବକ ଟି କେଉଁ ଅବସ୍ଥାରେ ଆତ୍ମହତ୍ୟା କରିଛି ତାହା ତଦନ୍ତ ସାପେକ୍ଷ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.