ମୌସମୀ ଖେଳୁଛି ଲୁଚକାଳୀ, ବୋଲଗଡ ଚାଷୀ ନିରାଶ ।

0 584


ବୋଲଗଡ,୨୩/୦୭(ପିପିଟି); ଆଷାଢ ସରି ଶ୍ରାବଣ ମାସ ଅଧା ହେବାକୁ ବସିଲାଣି ମାତ୍ର ଏପର୍ଯ୍ୟନ୍ତ ବୋଲଗଡ ବକ୍ଲ ଅଞ୍ଚଳରେ ବର୍ଷା ନାହିଁ ଚାଷୀମାନେ ଚାଷ କାର୍ଯ୍ୟ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେତେକ ସ୍ଥାନରେ ଚାଷ ଜମି ପଡିଛି ଶୁଖିଲା ବୈଶାଖ ଓ ଜ୍ୟେଷ୍ଠ ମାସରେ ବର୍ଷା ଅଭାବ ଯୋଗୁଁ ଜମିରେ ହଳ କରିବା ଅନେକଙ୍କ ପାଇଁ ସମ୍ଭବ ହୋଇନାହିଁ । ଫଳରେ ବର୍ଷା ଅଭାବ ଯୋଗୁଁ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ବିଲରେ ପାଣି ନଥିବା ସାଙ୍ଗକୁ ପ୍ରବଳ ଖରାରେ ତଳି ଜଳିଲାଣି ଯେଉଁ କେତେକ ଜମିରେ ଚାଷୀ ମୋଟର ଲଗାଇ ପାଣି ମଡାଇ ତଳି ଗୁଡିକ ବଞ୍ଚାଇ ରଖିଛି ତହାକୁ ବିଲରେ ରୋଇବା ପାଇଁ ପାଣି ନାହିଁ । ଚାଷ ଜମିରେ ପାଣି ନଥିବା ଯୋଗୁଁ ଜମିଗୁଡିକ ଫାଟି ଆଁ କରିଥିବାବେଳେ, ବିଲ ଗୁଡିକରେ ଗାଇ ଗୋରୁ ଚରିଲେଣି । ଆଗାମୀ ଦୁଇ ଚାରି ଦିନ ଭିତରେ ଭଲ ବର୍ଷା ନହେଲେ ଚାଷ କାର୍ଯ୍ୟ ବ୍ୟାପକ ପ୍ରଭାବିତ ହେବ ବୋଲି କିଛି ଚାଷୀ କହିଛନ୍ତି ।

ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.