ବେଲଗୁଣ୍ଠା,୨୨/୦୬(ପିପିଟି);ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ପୁଷ୍ପନଗର ଅଞ୍ଚଳରେ । ସୂଚନା ମୁତାବକ ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ମୁଣ୍ଡ ବିହୀନ ଗଳିତ ସବ ଦେଖି ପୋଲିସକୁ ଖବର ଦେଇଥିଲେ । ମୁତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନଥିବା ବେଳେ ସୋରଡା ପୋଲିସ ଓ ଆସ୍କା ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦେହଟିକୁ ୪ ରୁ ୫ ଦିନ ହୋଇଯାଇଥିବାରୁ ପଚି ନଷ୍ଟ ହୋଇଯାଇଛି । ତେବେ କିଏ କେଉଁ କାରଣରୁ ହତ୍ୟା କରି ଏଠାରେ ଆଣି ଫୋପାଡ଼ି ଚାଲିଯାଇଛି ତାହା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ପହଁଚିବା ପରେ ଘଟଣା ରହସ୍ୟ ଜଣାପଡିବ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )