ମୁଣ୍ଡିଆରୁ ପଥର ଫଟାଇବା ସମୟରେ ପଥର ପଡି ମହିଳା ଗୁରୁତର,ବହୁ ଘର ଭାଙ୍ଗିଲା ।

0 291

ବେଗୁନିଆ,୧୨/୦୧(ପିପିଟି): ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ପରିଚ୍ଛଳ ମୌଜାର ଜାମୁସାହି ଗ୍ରାମରେ ଥିବା ଲିମ୍ବ ମୁଣ୍ଡିଆକୁ ଆଜି ସନ୍ଧ୍ୟାରେ ଫଟା ଯାଉଥିବା ସମୟରେ ତୀବ୍ର ବେଗରେ ଏକ ପଥର ଖଣ୍ଡ ଆସି ଗ୍ରାମର ଜଣେ ବ୍ୟକ୍ତିଙ୍କ ଆଜବେଷ୍ଟସ ଭାଙ୍ଗି ଘର ଫଟାଇ ମହିଳାଙ୍କ ଦେହରେ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଛି ।ବେଗୁନିଆ ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ରାତି ଅଧିଆ ପଥର କାଟି ଚୋରା ଚାଲାଣ କରୁଥିବାବେଳେ ବିଭିନ୍ନ ସ୍ଥାନରେ ଥିବା ମୁଣ୍ଡିଆ ଫଟାଇ କଳା ମୁଗୁନି ପଥର ଚୋରା ଚାଲାଣ କରୁଛନ୍ତି ।ଆଜି ସନ୍ଧ୍ୟା ସମୟରେ ଜାମୁସାହି ଗ୍ରାମରେ ଥିବା ଲିମ୍ବ ମୁଣ୍ଡିଆକୁ କୌଣସି ଏକ କମ୍ପାନୀ ବୋରିଂ କରି ଫୁଟାଉଥିବା ବେଳେ ପଥର ଫାଟି ତୀବ୍ର ବେଗରେ ପ୍ରାୟ ଏକ କିମି ଆସି ବିଜୟ ବେହେରାଙ୍କ ଘର ଆଜବେଷ୍ଟସ ଫଟାଇ ତାଙ୍କ ପତ୍ନୀ ସୁବାସିନୀ ବେହେରା (୩୦)ଘରେ କାମ କରୁଥିବାବେଳେ ତାଙ୍କ ଉପରେ ପଡିଥିଲା ।ପଥର ତାଙ୍କ କାନ୍ଧ ଏବଂ ପେଟରେ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଯାଇଛି ।ଏତଦବ୍ୟତୀତ ଗ୍ରାମରେ ଥିବା ବହୁ ଲୋକମାନଙ୍କର ଘର ମଧ୍ୟ ଭାଙ୍ଗିଯାଇଥିବାର ଜଣାପଡିଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.