ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ନରେନ୍ଦ୍ରପୁର ରେ ବିପଦଜନକ ବିଜୁଳି ସଂଯୋଗ ।
ଶେରଗଡ,(ପିପିଟି ନ୍ଯୁଜ୍)୦୫/୦୬,ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ରେ ଅବ୍ୟବସ୍ଥା ଘେର ରେ ବିଜୁଳି ବ୍ୟବସ୍ଥା ମାତ୍ର ରୋଡ଼ର ୪ ଫୁଟ ଉଚ୍ଚତାରେ ବାଉଁଶ ସାହାଯ୍ୟରେ ଝୁଲୁଚି ତାର । ସେହି ରାସ୍ତାଦେଇ ସହ ସହ ଲୋକ, ଗାଈ ଗୋରୁ ଯାତାୟତ କରୁଛନ୍ତି କିନ୍ତୁ ବିଜୁଳି ବିଭାଗର ନଜର ପଡୁନାହିଁ । ଗ୍ରାମ ବାସୀ ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନି । ଗ୍ରାମ ର ସରପଞ୍ଚଙ୍କୁ ଗ୍ରାମ ବାସି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଟ୍ରାନ୍ସଫର୍ମର ପାଖରେ ମଧ୍ୟ ବାଉଣ୍ଡରି ନାଇଁ ।ବିଜୁଳି ବିଭାଗ ର ଏପରି ଖାମ ଖିଆଲି କାର୍ଯ୍ୟ କୁ ଗ୍ରାମ ବାସୀ ନିନ୍ଦା କରୁଛନ୍ତି । ଯଦି ଏଥିରେ କାହାର ବି ପ୍ରାଣ ଯାଏଁ ତେବେ ଦାୟୀ କିଏ ହେବ । ଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲାର ମେଣ୍ଡରାଜପୁର ଛକରେ ବସରେ ୧୧ କେଭି ବିଦ୍ଯୁତ ତାର ଲାଗି ଲୋକ ପ୍ରାଣ ହରାଇଥିଲେ ସେତେବେଳେ ଶୋକ ର ଛାୟା ଖେଳିଯାଇଥିଲା । ହେଲେ ମଧ୍ୟ ବିଦ୍ୟୁତ ବିଭାଗର ଚେତା ପଶୁନି । ଏଠି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଏପରି କାର୍ଯ୍ୟ ହେଉଛି ହେଲେ ଏ ସରକାର କାହା ପାଇଁ ଅଫିସର ମାନଙ୍କ ପାଇଁ ନା ସାଧାରଣ ଜନତାଙ୍କ ପାଇଁ । ସରକାର କଣ ସେମାନଙ୍କୁ ପାରିଶ୍ରମିକ ଦେଉନାହାଁନ୍ତି ନା ବିଭାଗୀୟ ଅଧିକାରୀଙ୍କ ମନମାନି ଏହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଏହା ଉପରେ ନଜର ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି ।
ରିପୋର୍ଟ – ଭିକୁ ନାୟକ ।