ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ ଘୋଷଣା,ଉଠା ଦୋକାନୀଙ୍କୁ ୩ହଜାର, ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ଯ ।

0 63

ଭୁବନେଶ୍ୱର,(ପିପିଟି ନ୍ଯୁଜ୍)୨୮/୦୩ ପୁଣି ଥରେ ରାଜ୍ୟବାସୀଙ୍କ ପାଇଁ ହାତ ଖୋଲିଲେ ରାଜ୍ୟସରକାର । ସାରା ରାଜ୍ୟରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଥିବା ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଏକ ବଡ଼ ଘୋଷଣା  କରିଛନ୍ତି । ରାଜ୍ୟର ୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍ବଂୟ ସହାୟକ ଗୋଷ୍ଠୀ ଗୁଡ଼ିକ ସହାୟତାରେ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ଲୋକମାନେ ଘରକୁ  ମଧ୍ୟ ନେଇପାରିବେ ରନ୍ଧା ଖାଦ୍ୟ । ସେହିପରି ୧୧୪ଟି ଅର୍ବାନ୍ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ଭିଡିଓ ଜାରି କରି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଲୋକ ମାନଙ୍କୁ ଘରେ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.