ମିଶନ ଶକ୍ତି ପକ୍ଷରୁ ଋଣ ମେଳା,୨୮୦ ଏସଏଚଜିଙ୍କୁ ୩ କୋଟି ୫୫ ଲକ୍ଷ ୬୫ ହଜାର ଟଙ୍କାର ଋଣ ପ୍ରଦାନ ।

0 272

ମାଲକାନଗିରି,୧୫/୧୨(ପିପିଟି): ମାଲକାନଗିରି ଜିଲ୍ଲା ସଦର ବ୍ଲକ ଠାରେ ମିଶନ ଶକ୍ତି ପକ୍ଷରୁ ଅନୁଷ୍ଠିତ ଋଣ ମେଳାରେ ୨୮୦ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ୩ କୋଟି ୫୫ ଲକ୍ଷ ୬୫ ହଜାର ଋଣ ପ୍ରଦାନ କରାଯାଇଛି । ମାଲକାନଗିରି ବ୍ଲକ ବିଡ଼ିଓ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଏଲଏମ ପକ୍ଷରୁ ଆୟୋଜିତ ଋଣ ମେଳାରେ ମୁଖ୍ୟଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ମୁଖ୍ୟବକ୍ତା ଜିଲ୍ଲା ଜୀବିକା ମିଶନ ପରିଚାଳକ ପବିତ୍ର ମୋହନ ବାରା, ସମ୍ମାନିତ ଅତିଥି ବ୍ଲକ ଚେୟାରମ୍ୟାନ ଅକ୍ଷୟ କୁମାର ନାୟକ,ମିଶନ ଶକ୍ତି ସଂଯୋଜିକା ରେଣୁବାଳା ସାହୁ, ଏସବିଆଇ,ପଞ୍ଜାବ ବ୍ୟାଙ୍କ,ୟୁବିଆଇ, କାନାଡା, ସେଣ୍ଟ୍ରାଲ, ଉତ୍କଳ,କେସିସି ,ଇଣ୍ଡିଆନ ବ୍ୟାଙ୍କର ଶାଖା ପରିଚାଳକ ଉପସ୍ଥିତ ରହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ଋଣ ସମ୍ପର୍କରେ ବୁଝାଇବା ସହ ଋଣ ଅର୍ଥ ରାଶି ଚେକ ଆକାରରେ ପ୍ରଦାନ କରିଥିଲେ। ଓଡ଼ିଶା ଜୀବିକା ମିଶନର ରୋଜାଲିନ ଦାଶ ମଞ୍ଚ ପରିଚାଳନା କରିଥିଲେ । ବ୍ଲକ ସଂଯୋଜକ ପ୍ରତାପ କୁମାର ନାୟକ, ଓଏଲଏମ ଓ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.