ମହିଳା ମହାସଂଘକୁ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ବଣ୍ଟନରେ ଅନିୟମିତତା ଅଭିଯୋଗ ।

0 78

ଯାଜପୁର ,(ପିପିଟି ନ୍ଯୁଜ୍)୩୦/୦୫, ଯାଜପୁର ବ୍ୟାସନଗର ପୌରାଞ୍ଚଳର ୩ନଂ ୱାର୍ଡରେ ମହିଳା ମହାସଂଘକୁ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ବଣ୍ଟନରେ ଅନିୟମିତତା ଅଭିଯୋଗ । ପ୍ରତିବାଦରେ ମହିଳା ମାନେ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କଲେ । ଏହି ୱାର୍ଡରେ ସମ୍ପୃକ୍ତ ମହିଳା ମହାସଂଘ ତତ୍ତ୍ବାବଧାନରେ ପ୍ରଥମେ କମ୍ୟୁନିଟି ସେଣ୍ଟର କରାଯିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୋଖରୀ ଉଝୁଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ କରିଛି ମହିଳା ମହାସଂଘ । ଏଥିସହ ଯୋଗ୍ୟ ବିବେଚିତ ମହିଳା ସଂଘକୁ କାର୍ଯ୍ୟ ଦାୟିତ୍ବ ନଦେଇ ନୂତନ ଗୋଷ୍ଠୀର ମହିଳା ମାନଙ୍କୁ ଦାୟିତ୍ବ ଦେବା ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି । ସେପଟେ ମହିଳା ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଲେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ଆପୋଷ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.