ବ୍ରହ୍ମପୁର,୧୪/୧୧: ଟ୍ର୍ରିବୁଟ୍ କ୍ଳାସ୍ ପକ୍ଷରୁ ଗାନ୍ଧି ନଗର ୩ୟ ଲାଇନ ବାରାକ୍ସ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଟ୍ର୍ରିବୁଟ୍ କ୍ଳାସ୍ ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ମୁଖପାତ୍ର ତୁମ୍ଭାନଥ ପଣ୍ଡା, ବରିଷ୍ଟ ସାମ୍ବାଦିକ ତଥା ଆଇନଜୀବୀ ସୁଦିପ କୁମାର ସାହୁ, ପଶୁପ୍ରେମୀ ତଥା ଯୁବ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ, ସମାଜସେବୀ ତଥା ଯୁବ ବିଜେଡି ନେତା ଅନୀଲ କୁମାର ଚୌଧୁରୀ ଓ ୧୦ନଂ ୱାର୍ଡ ବିଜେଡି ଯୁବ ସଭାପତି ବୁଡୁ ପାଢୀ ପ୍ରମୁଖ ମଞ୍ଚାସିନ ଥିଲେ। ଅନୁଷ୍ଠାନ ମୂଖ୍ୟ ରାଜେଶ କୁମାର ପଣ୍ଡା ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଟାନର ଛାତ୍ରଛାତ୍ରୀ ମାନେ ନିଜ ନିଜର ଚିତ୍ତାକର୍ଷକ ପ୍ରତିଭା ପ୍ରଦର୍ଶନ କରି ଅତିଥି ମାନଙ୍କ ଠାରୁ ପ୍ରଶଂସିତ ହୋଇଥିଲେ । ମୂଖ୍ୟ ଅତିଥି ବିଧାୟକ ଶ୍ରୀ ପଣ୍ଡା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ୍ ଠାରୁ ଦୂରରେ ରହି ପାଠପଢ଼ା ପ୍ରତି ଗୁରୁତ୍ବ ଦେଲେ ତୁମ୍ଭେମାନେ ମଧ୍ୟ ଅବଦୁଲ କାଲାମ, ପଣ୍ଡିତ ନେହୁର ଆଦିଙ୍କ ପରି ଆଦର୍ଶ ବ୍ୟକ୍ତି ହୋଇପାରିବ ବୋଲି ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।