ମହାନଦୀ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

0 301

ଉଲୁଣ୍ଡା,୧୫/୦୭(ପିପିଟି); ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ବିବାହିତା ମହିଳା ମହାନଦୀ ବ୍ରିଜ ଉପରୁ ପାଣିକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଖବର ରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ସୋନପୁର ସଦର ବ୍ଲକ ଅନ୍ତର୍ଗତ ଜନମୁରା ଗ୍ରାମର ଦୁଇ ଦମ୍ପତି ମାର୍କେଟିଂ ପାଇଁ ସୋନପୁର ବଜ଼ାରକୁ ଆସିଥିଲେ । ସେଠାରୁ ଉଭୟେ ମାର୍କେଟିଂ ସାରି ମହାନଦୀ ସେତୁକୁ ବୁଲିବା ପାଇଁ ଯାଇଥିଲେ । କିଛି ସମୟ ବୁଲାବୁଲି ପରେ ଜିନିଷ କିଣାବିକାକୁ କେନ୍ଦ୍ରକରି ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ତାପରେ ମହିଳା ଜଣକ ପାଣି ଦେଖିବା ବାହାନାରେ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ । ମହିଳାଙ୍କ ସ୍ୱାମୀ ଉପସ୍ଥିତ ଲୋକଙ୍କ ସହାୟତାରେ ସ୍ଥାନୀୟ ପୋଲିସ ଓ ଦମକଳ ବହିନୀକୁ ଖବର ଦେଇଥିଲେ ।ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି  ଖୋଜାଖୋଜି କରିଥିଲେ ହେଁ ସନ୍ଧ୍ୟା ହୋଇଯାଇଥିବାରୁ କୌଣସି ଖୋଜ ଖବର ପାଇନଥିଲେ । ପରେ ଲଙ୍କେଶ୍ୱରୀ ଗଣ୍ଡରେ କୁମ୍ଭାର ପଡାର ଦୁଇଜଣ ବ୍ୟକ୍ତି ମାଛ ମାରୁଥିବାବେଳେ ମହିଳା ଜଣକ ଭାସି ଭାସି ଆସୁଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ସେଠାରୁ ମହିଳାଙ୍କୁଉଦ୍ଧାର କରି ସ୍ଥାନୀୟ ପୋଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଏବେ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି । ପୋଲିସ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଥାନାକୁ ନେଇ  ପଚରା ଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.